ଜିଲ୍ଲାସ୍ତରୀୟ ଜୁନିୟର୍ ରେଡ୍‌କ୍ରସ୍ କାଉନ୍‌ସେଲର ମାନଙ୍କର ବାର୍ଷିକ ସମ୍ମିଳନୀ – ୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା ଶିକ୍ଷାକାର୍ଯ୍ୟାଳୟ ସବା ଗୃହରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର କାଉନ୍‌ସିଲର ମାନଙ୍କର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି ସଭାପତିତ୍ୱ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ତଥା ଜୁନିୟର ରେଡ୍‌କ୍ରସ୍‌ର ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡା ବାର୍ଷିକ ବିରଣୀ ପାଠ କରିବା ସହିତ ବିଗତ ତଥା ଚଳିତ ବର୍ଷର ଆୟବ୍ୟୟ ଅଟକଳ ପାଠ କରିଥିଲେ ।

ଉକ୍ତ ଆୟବ୍ୟୟ ଅଟକଳକୁ ସଭାରେ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା । ପାଣି ମହୋଦୟ ପ୍ରତ୍ୟେକ ବିଦ୍ୟାଳୟରେ ଜୁନିୟର ରେଡ୍‌କ୍ରସ୍ ସଂଗଠନ ଗଠନ କରି ଛାତ୍ରଛାତ୍ରୀମାନଙ୍କୁ ସେବାମନବୃତିରେ ନିୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗ ଦେଇ କାଉନ୍‌ସିଲରମାନଙ୍କୁ ବିଦ୍ୟାଳୟର ଫାଟକ ସମ୍ମୁଖ ଭାଗରେ ଜୁନିୟର୍ ରେଡ୍‌କ୍ରସ୍‌ର ଲୋଗୋ ଓ ମଟୋ କୁ ଲେଖିବା ପାଇଁ ପରାମର୍ଶ ଦେଇଥିଲେ ।

ଉକ୍ତ ବୈଠକରେ ସଦର ବ୍ଲକ୍‌ର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ର ଅଫିସର ବ୍ରହ୍ମାନନ୍ଦ ରାଉତ କାଉନ୍‌ସିଲରମାନଙ୍କୁ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ଉପରେ ଆଲୋକପାତ କରିଥିଲେ । କାଉନ୍‌ସିଲର ବିପିନି ବିହାରୀ ସାହୁ ଘୋଷକ ଭାବରେ ମଞ୍ଚ ପରିଚାଳନା କରିଥିବାବେଳେ ଜୁନିୟର ରେଡ୍‌କ୍ରସ୍ ସାଧନ କର୍ମୀ ନରେଶ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଜୁନିୟର ରେଡ୍‌କ୍ରସ୍‌ର କାଉନ୍‌ସିଲର ରଞ୍ଜନ କୁମାର ଦେହୁରୀ, ସୁବ୍ରତ କୁମାର ମିଶ୍ର, ପ୍ରତାପ କୁମାର ସାମନ୍ତ, ସୁଶିଲ କୁମାର ପଣ୍ଡା, ବିଦୁର ସାମଲ, ପ୍ରକାଶ ବେହେରା, ଜଗନ୍ନାଥ ସାହୁ, ଜିବନଜ୍ୟୋତି ବିଶ୍ୱାଳ, ଦୁଷ୍ମନ୍ତ କୁମାର ସେଠୀ, ନରହରି ସାହୁ, ଦିଲ୍ଲୀପ କୁମାର ପାଲ, ବିଜୟ କୁମାର ଦେହୁରୀ, ଉତ୍କଳ ତ୍ରୀପାଠୀ, ବିଜୟଲକ୍ଷ୍ମୀ ସାହୁ, ହରପ୍ରିୟା ଦାସ, ସରିତା ବିଶ୍ୱାଳ, ଉମେଶ ଦାସ, ଅମିୟ ଧଳ, ଉମେଶ ସାମଲ, ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × one =