ଢେଙ୍କାନାଳ : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭା ଗୃହରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳ୍ୟର ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ୍ମାନଙ୍କର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ସଭାପତିତ୍ୱ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ତଥା ସଂପାଦକ ଜ୍ୟୋତି ପ୍ରସାଦ ପରିଡା ମହୋଦୟ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଗତ ତଥା ଚଳିତ ବର୍ଷର ଆୟବ୍ୟୟ ଅଟକଳ ପଠନ କରିଥିଲେ । ଉକ୍ତ ଆୟବ୍ୟୟ ଅଟକଳକୁ ସଭାରେ ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇଥିଲ।।
ଶ୍ରୀମତୀ ପାଣି ପ୍ରତ୍ୟେକ ବିଦ୍ୟାଳୟରେ ସ୍କାଉଟ୍ ଗାଇଡ୍ମାନଙ୍କୁ ନେଇ ସେବାର ମନବୃତି ଜାଗ୍ରତ କରିବା ପାଇଁ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ୍ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗଦେଇ ଶିକ୍ଷକମାନଙ୍କୁ ବିଦ୍ୟାଳ୍ୟର ଫାଟକ ସମ୍ମୁଖ ଭାଗରେ ଭାରତ ସ୍କାଉଟ୍ସ୍ ଓ ଗାଇଡ୍ସ୍ ଲୋଗ ଏବଂ ମଟୋ ଲେଖିବା ପାଇଁ ପରାମର୍ଶ ଦେଇଥିଲେ ।
ଉକ୍ତ ବୈଠକରେ ସଦର ବ୍ଲକ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ରାସୋଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନାଦି ଚରଣ ନାୟକ, ଗାଇଡ୍ କମିଶନର ପୁଷ୍ପାଞ୍ଜଳି ଦଳେଇ ଯୋଗଦାନ କରିଥିଲେ । ଘୋଷକ ଭାବରେ ବିପିନ ବିହାରୀ ସାହୁ ମଂଚ ପରିଚାଳନା କରିଥିବାବେଳେ ସ୍କାଉଟ୍ କମିଶନର ଇତିଶ୍ ବରାଳ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଜିଲ୍ଲା ସ୍କାଉଟ୍ ସଂଗଠନର କମିଶନର ବିଜୟ କୁମାର ନନ୍ଦ, ଜିଲ୍ଲା ତାଲିମ୍ କମିଶନର ନରେଶ କୁମାର ମହାରଣା, ଗାଇଡ୍ ସଂଗଠନ କମିଶନର ସବିତା ସାହୁ, ତାଲିମ୍ କମିଶନର ସ୍ୱର୍ଣ୍ଣାଞ୍ଜଳି ମିଶ୍ର, ସ୍କାଉଟ୍ ମାଷ୍ଟର ସୁଶିଲ୍ କୁମାର ପଣ୍ଡା, ସୁବ୍ରତ ମିଶ୍ର, ପ୍ରତାପ ସାମନ୍ତ, ଦୁଷ୍ମନ୍ତ ସେଠୀ, ରଞ୍ଜନ ଦେହୁରୀ, ହରପ୍ରିୟା ଦାସ, ମଞ୍ଜୁବାଳା ବେହେରା, ସରିତା ବିଶ୍ୱାଳ, ପ୍ରଶାନ୍ତ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।