ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଆଇଏଏସ୍ ଫାଉଣ୍ଡେସନ୍ ଭୁବନେଶ୍ୱର ପାଠଶାଳାର ଢେଙ୍କାନାଳ ଶାଖାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ଇ-ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂପାଦିକା ସାଗରବାଳା ହୋତା, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୂଅଁର, ଭୁବନେଶ୍ୱର ପାଠଶାଳାର ପ୍ରତିଷ୍ଠାତା ଡ. ଦେବବ୍ରତ ମହାନ୍ତି, ମୁଖ୍ୟ ସଂଯୋଜକ ଜୟକୃଷ୍ଣ ଜେନା, ଜିଲ୍ଲା ସଂଯୋଜକ ଅଜିତାନନ୍ଦ ବିହାରୀ, ପ୍ରଶାସନିକ ପରିଚାଳକ ଅଭିମନ୍ୟୁ ପଣ୍ଡା, କାର୍ଯ୍ୟାଳୟ ପରିଚାଳକ ମହେନ୍ଦ୍ର ବେହେରା, ସାଂଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ସମୀର କୁମାର ସାହୁ, ଶାଶ୍ୱତ କଳା ସଂସଦ ସଂପାଦିକା ସିପ୍ରାରାଣୀ ମହାନ୍ତି, ଯୁବନେତ୍ରୀ ଝରଣାବାଳା ନାଥ, ସୁମନାଞ୍ଜଳି ପଟ୍ଟନାୟକ, ଯୁବ ଉଦ୍ୟୋଗୀ ମନୋଜ ମହାପାତ୍ର ଓ ଢେଙ୍କାନାଳ ପୌରପାଳିକାର ସମସ୍ତ କାଉନ୍ସିଲର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ଶାଶ୍ୱତ କଳା ସଂସଦ ତରଫରୁ ଦିବ୍ୟାଶା ମହାନ୍ତି ଓ ସାଥୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଉକ୍ତ ଉତ୍ସବରେ ଅତିଥିମାନେ ଉକ୍ତ ଅନୁଷ୍ଠାନଟି ଢେଙ୍କାନାଳ ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ବିକଶିତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏହା ଜିଲ୍ଲା ପାଇଁ ଆଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଏହାର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଉକ୍ତ ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ପ୍ରତିନଧି ତଥା ଜନସାଧାରଣ ସହଯୋଗ କରିଥିଲେ ।