ରୟାଲ ପବ୍ଲିକ ସ୍କୁଲରରେ ବିଜ୍ଞାନ ମେଳା ଅନୁଷ୍ଠିତ !

ଢେଙ୍କାନାଳ : ରେଙ୍କାନାଳ ସହର ନିକଟସ୍ଥ ରଞ୍ଜା କଳାପାଣି ଠାରେ ଥିବା ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରରେ ବାର୍ଷିକ ବିଜ୍ଞାନ ମେଳା, ଗଣିତ ଓ ହସ୍ତକର୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଅବସରରେ ଆଞ୍ଚଳିକ ମହାବିଦ୍ୟାଳୟ ପ୍ରଜ୍ଞାବିହାର, ସିମିନଇ ବିଜ୍ଞାନ ବିଭାଗର ଅଧ୍ୟାପକ ସୁବାଷ ଚନ୍ଦ୍ର ଷଣ୍ଢ ମୁଖ୍ୟ ଅତିଥି ଭାବେ, ବିଦ୍ୟାଳୟର ପ୍ରତିଷ୍ଠାତା ଅକ୍ଷୟ କୁମାର ମହାନ୍ତି ବିଜ୍ଞାନ ମେଳାକୁ ଉଦ୍‌ଘାଟନ କରି ପ୍ରଦୀପ ପ୍ରଜ୍ୱଳନ ଥିବାବେଳେ ସମ୍ମାନିତ ଅତିଥି ଭାବେ ମନୋରଞନ ଦାଶ, ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ କୁମାର ସାସମଲ, ବିଶ୍ୱଜିତ ପ୍ରଧାନ, ସୋନାଲି ବେହେରା ଓ କଳା ଶିକ୍ଷକ ପ୍ରମୋଦ କୁମାର ରାଉତଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ମୋଟ ୫୩ ଟି ବିଜ୍ଞାନ ପ୍ରକଳ୍ପ ଓ ୫୦ ଟି ହସ୍ତକର୍ମ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ନାୟକ, ନିର୍ଦ୍ଦେଶକ ସରୋଜକାନ୍ତ ଦାଶ ଓ ପରିଚାଳକ ନେତ୍ରଜ୍ୟୋତି ମହାନ୍ତଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଏବଂ ଅଭିଭାବକ ମାନକଙ୍କର ସହଯୋଗରେ ପ୍ରଦର୍ଶୀତ ପ୍ରକଳ୍ପ ଦୁଡିକ ମଧ୍ୟରୁ ଶ୍ରେୟାଶ୍ରୀ ନାୟକ ଓ ଆଦ୍ୟାଶା ସେଠୀଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ, ଆର୍ଯ୍ୟସ୍ମିତା ସ୍ୱାଇଁ ଓ ଶ୍ୟାମସୁନ୍ଦର ସାହୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ବିଦ୍ୟାଳୟର ସହକାରୀ ଶିକ୍ଷକ ନେତ୍ରାନନ୍ଦ ଶତପଥୀ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପରେଶ କୁମାର ଦଳେଇ, ଶିକ୍ଷୟତ୍ରୀ ସୁଶ୍ରୀ ସୁସ୍ମିତା ଶଥପଥି, ପୁଷ୍ପଲତା ସାହୁ, ସୁନିତା ସ୍ୱାଇଁ, ମାମାଲୀ ସେଠୀ, ସରିତା ବଳ, ସୁଚିତ୍ରା ନାୟକ, ହରପ୍ରିୟା ବେହେରା ବିଜ୍ଞାନ ମେଳାକୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର କର୍ମଚାରୀ ପିଂଟୁୁ ପ୍ରଧାନ, ଭୁବନେଶ୍ୱରୀ ପରିଡା, ଜିତେନ୍ଦ୍ର ବେହେରା, ମମତା ବେହେରା, ସଞୁକ୍ତା ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରକଳ୍ପଗୁଡିକୁ ନିକଟତମ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଦର୍ଶନୀ ବୁଲି ଦେଖିବା ସହ ଆନନ୍ଦିତ ହୋଇଥିଲେ ।

Leave A Reply

Your email address will not be published.

4 − 3 =