ଢ଼େଙ୍କାନାଳ : ରାଉରକେଲାବାସୀଙ୍କ ବିଭିନ୍ନ ଦାବି ଏବଂ
ସମସ୍ୟାର ମଡେଲକୁ କାନ୍ଧରେ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ।
ସେ ଢେଙ୍କାନାଳରେ ପହଞ୍ଚିଥିଲେ। ତାଙ୍କ କହିବା କଥା, ୨୦୧୩ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିଥିଲେ।
ସେତେବେଳେ ସରକାରୀ ଚିକିତ୍ସାଳୟକୁ ୪୦୦ ଶଯ୍ୟା ବିଶିଷ୍ଟ, କ୍ୟାପିଟାଲ ହସ୍ପିଟାଲ ମଡେଲରେ ଉନ୍ନତୀକରଣ,
କୋଏଲ ନଦୀରେ ବ୍ୟାରେଜ, ରିଙ୍ଗ୍ରୋଡ, ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ହେଲେ ପ୍ରତିଶ୍ରୁତି ମୁତାବକ କୌଣସିକାର୍ଯ୍ୟ ହେଲାନାହିଁ।ପ୍ରତିବାଦରେ ସେ ୨୦୧୫ରେ ରାଉରକେଲାରୁ ପଦଯାତ୍ରା କରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ କହିଥିଲେ। ତଥାପିଦାବି ପୂରଣ ହେଲା ନାହିଁ। ତେଣୁ ସମସ୍ୟା ଗୁଡ଼ିକର ମଡେଲ ପ୍ରସ୍ତୁତ କରି ପୁଣିଥରେ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିବା ମୁକ୍ତିକାନ୍ତ ଢେଙ୍କାନାଳ ଦେଇ ଯାଉଥିବା ଅବସରେ କହିଥିଲେ ।