ଢେଙ୍କାନାଳ : ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ଢେଙ୍କାନାଳ ଶାଖାର ଏକ ବୈଠକ ଗତ ୧୧ ତାରିଖରେ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ସଂଘ ସଭାପତି ସରୋଜ କୁମାର ମହାନ୍ତି ମୁଖ୍ୟ ଅତିଥି, ରାଜ୍ୟ ସଂଘ ସଂପାଦକ ସୁବଳ କିଶୋର ମହାନ୍ତି, ରାଜ୍ୟ ସଂଘ ସଦସ୍ୟ ସୁରେଶ ଚନ୍ଦ୍ର ପରିଡା, ପୁରୀ ଜିଲ୍ଲା ସଭାପତି ଜଗନ୍ନାଥ ପାଢୀ, ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ଖୋର୍ଦ୍ଧା ଜିଲ୍ଲା ସଭାପତି ଦେବରାଜ ବାରିକ, ସଂପାଦକ ତ୍ରିନାଥ ସେଠୀ, ପୂର୍ବତନ ଜିଲ୍ଲା ସଂଘ ଉପଦେଷ୍ଟା ଭୋଳେଶ୍ୱର ନାୟକ ଓ ପ୍ରମୋଦ କୁମାର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।
ବୈଠକରେ ଅବସର କାଳୀନ ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି, ସପ୍ତମ ବେତନରେ ଅସଂଗତି ଦୂରୀ କରଣ, ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ପ୍ରଦାନ, ଗ୍ରେଡ୍ ପେ ୧୭୦୦ ପରିବଛ୍ଳେ ୨୦୦୦ଟଙ୍କାକୁ ବୃଦ୍ଧି କରିବା, ସେବାକର ଉଚ୍ଛେଦ କରିବା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ସରକାର ଦାବି ଗୁଡିକ ପ୍ରତି ଦୃଷ୍ଟିଦେଇ ଲାଗୁ କରିବା ଲାଗି ଅନୁରୋଧ କରାଯାଇଥିଲା । ଏହି ଅବାରରେ ସଂଘର ନୂତନ କର୍ମକର୍ତା ନିର୍ବାଚନ ହୋଇଥିଲା ।
ପ୍ରମୋଦ କୁମାର ରାଉତଙ୍କୁ ପରାମର୍ଶଦାତା, ନିରଞ୍ଜନ ନାୟକ ସଭାପତି, ବିକ୍ରମ ସାହୁ ଉପସଭାପତି ଓ ରେବତୀ ସେଠୀ, ନିଳମଣୀ ବାରିକ ସମ୍ପାଦକ, ଦୁଇଜଣ ଶ୍ରୀକାନ୍ତ ସାହୁ ସହସମ୍ପାଦକ, ମିନି ସାହୁ କୋଷାଧ୍ୟକ୍ଷ ଙ୍କ ସହିତ ଅନ୍ୟାନ୍ୟ ପଦବୀରେ ସଦସ୍ୟମାନଙ୍କୁ ନିର୍ବାଚିତ କରାଯାଇଥିଲା । ଶେଷରେ ଗିରିଷ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।