ଓ.ଏସ୍.ଏ.ପି. ପ୍ରଥମ ବାଟାଲିୟନ୍ରେ ହାବିଲ୍ଦାର ଓସିପାହୀ ଶାଖ ସଂଘର ୩୯ତମ ବାର୍ଷିକୋତ୍ସବ : ଶାଖାସଂଘ ଗୃହ ଉଦ୍ଘାଟନ !
ଢେଙ୍କାନାଳ : ସରଖିଆସ୍ଥିତ ଓଡିଶା ସ୍ୱତନ୍ତ୍ର ଶସସ୍ତ୍ର ଆରକ୍ଷୀ ବାହିନୀ ପ୍ରଥମ ବାଟାଲିୟନ୍ ପରିସରରେ ହାବିଲ୍ଦାର ଓ ସିପାହୀ ଶାଖା ସଂଘର ୩୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ବାଟାଲିୟନ୍ର ଦୁର୍ଗପତି ସୁନିଲ୍ କୁମାର ବେହେରା, ସଦର ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକ, ସଦର ଗାଷ୍ଠୀ ଉନ୍ନୟନ ଅଧିକାରୀ ସୁଧିର କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।
ଉକ୍ତ ଉତ୍ସବରେ ଶାଖା ସଂଘର ସଭାପତି ବିଶ୍ୱଭୂଷଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ ଓ ସମ୍ପାଦକ ଅଭିଷେକ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ପାଦକୀୟ ବିବରଣୀରେ ବାଟାଲିୟନ୍ର ବିଭିନ୍ନ ସମସ୍ୟା ବିଷୟକୁ ଦୂର କରିବା ପାଇଁ ବରେଣ୍ୟ ଅତିଥିମାନଙ୍କୁ ନିବେଦନ କରିଥିଲେ । ଏହି ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ଅତିଥିମାନେ ପୂରଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
ଓଡିଶା ପୋଲିସ୍ର ବିଭିନ୍ନ ବିଭାଗରେ ସୁନାମ ଅର୍ଜନ କରିଥିବା ହାବିଲ୍ଦାର ମାନସ ରଞ୍ଜନ ସାହୁ, ତରଣୀସେନ୍ ମହନ୍ତ, ମନୋଜ କୁମାର ଭୋଇ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ୍ରାଫ୍ ଟିମ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଶାଖା ସଂଘର ନୂତନ ଗୃହକୁ ଥିମାନେଉଦ୍ଘାଟନକରିଥିଲେ । ପରିଶେଷରେ ଶାଖା ସଂଘର ସି.ଇ.ସି. ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ ଉତ୍ସବରେ ଶାଖାସଂଘର ସମସ୍ତକର୍ମକର୍ତା, ବାଟାଲିୟନର ସମସ୍ତ ଅଫିସର୍ ଓ ଫୋର୍ସ ତଥା ଢେଙ୍କାନାଳ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଉତ୍ସବଟିକୁ ସଫଳ କରାଇଥିଲେ ସଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।