ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ “ଆନ୍ତର୍ଜାତିକ ପର୍ବତ ଦିବସ” ପାଳିତ !

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ “ଆନ୍ତର୍ଜାତିକ ପର୍ବତ ଦିବସ” ସ୍ଥାନୀୟ ପାଣିଓହଳା ପର୍ବତ ପାଦଦେଶରେ ପାଳିତ ହୋଇଅଛି ।

୨୦୦୨ ମସିହାକୁ ମିଳିତ ଜାତିସଂଘର ସାଧାରଣ ପରିଷଦ “ଆନ୍ତର୍ଜାତିକ ପର୍ବତ ବର୍ଷ” ଭାବରେ ଘୋଷଣା କରାଯାଇଥିଲା । ସେହି ସଭାରେ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୧ ତାରିଖ ଦିନ “ଆନ୍ତର୍ଜାତିକ ପର୍ବତ ଦିବସ” ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଅଛି ଯାହାକି ୨୦୦୩ରୁ ପାଳନ ହୋଇଆସୁଛି ।

ପର୍ବତ ସମୂହ ପ୍ରକୃତିର ଅନବଦ୍ୟ ସୃଷ୍ଟି ଯାହାର ଉପସ୍ଥିତି ପୃଥିବୀ ପୃଷ୍ଠରେ ବାସ କରୁଥିବା ଜୀବ ଜଗତର ତିଷ୍ଠି ରହିବା ନିମନ୍ତେ ଅନେକ ଆବଶ୍ୟକତା ପୂରଣ କରୁଅଛି । ପର୍ବତ ମାନଙ୍କର ଉପସ୍ଥିତି ଯୋଗୁଁ ମେଘମାଳାରୁ ବର୍ଷା ହେବା ସମ୍ଭବ ହୋଇପାରୁଛି । ବର୍ଷିତ ଜଳ ଝରଣା , ନଦ ନଦୀ ହୋଇ ଜଳ ପ୍ରବାହ ସୃଷ୍ଟି କରିଛି ଓ ତାହାରି କୂଳ ଏବଂ ଅବବାହିକାରେ ମାନବ ସଭ୍ୟତା ଗଢି ଉଠିଛି । ପର୍ବତ ଶୃଙ୍ଗରେ ଗଚ୍ଛିତ ବରଫ ତରଳି ନଦୀକୁ ସୁନା୍ୱ୍ୟା କରିଛି । ପର୍ବତରୁ କ୍ଷୟ ହେଉଥିବା ମୃତିକା ଉର୍ବର ପଟୁ ମାଟି ସୃଷ୍ଟି କରିଛି । ଭୂପୃଷ୍ଠରେ ଥିବା ଜଙ୍ଗଲର ଶତକଡା ୪୦ଭାଗ ପର୍ବତ ମାନେ ଧାରଣ କରିଛନ୍ତି ଓ ପୃଥିବୀର ଜଳବାୟୁର ସନ୍ତୁଳନ ରକ୍ଷାକରିବା ନିମନ୍ତେ ପର୍ବତ ମାନଙ୍କର ଅବଦାନ ଅନେକ ।

ଏହି ସବୁ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ପର୍ବତ ମାନଙ୍କର ସୂରକ୍ଷା ନିମନ୍ତେ ଯତ୍ନବାନ ହେବା ଆଜିର ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ବୋଲି ସଂଗଠନର ସଭାପତି ଡାକ୍ତର ତୁଷାର କାନ୍ତି ନାୟକ ଗଣମାଧ୍ୟମକୁ ଜଣାଇଛନ୍ତି । ସଂଗଠନର ସଦସ୍ୟମାନେ ସ୍ଥାନୀୟ କୁଞ୍ଜକାନ୍ତରେ ଅବସ୍ଥିତ ଶ୍ରୀକୃଷ୍ନ ମନ୍ଦିର ନିକଟରେ ପାଣିଓହଳା ପର୍ବତ ପାଦଦେଶରେ ପର୍ବତକୁ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ ।

ପର୍ବତ ମାନଙ୍କର ସୁରକ୍ଷା ନିମନ୍ତେ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବନପାଳ ଜିଲ୍ଲା ପରିସୀମାରେ ଥିବା ସମସ୍ତ ପର୍ବତର ମ୍ୟାପିଂ କରି ଯେପରି ତାହାର ପାଦଦେଶକୁ କାଟି ବାସଗୃହ ନିର୍ମାଣ କରାନଯିବ ସେଥିପାଇଁ କର୍ମଚାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେବାପାଇଁ ଦାବି କରିଛନ୍ତି । ପର୍ବତ ମାନଙ୍କରେ ଥି୍ୱା ଜଙ୍ଗଲର ସୁରକ୍ଷା ସହିତ ମିଶ୍ରିତ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ଶ୍ରୀ ରୁଦ୍ର ପ୍ରକାଶ ସରଣ , ଇଂ ସରୋଜ ସତପଥି , ଶ୍ରୀମତୀ ଗୀତା ସାମଲ , ନିବେଦିତା ରାଉତଙ୍କ ସହିତ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାଣୀବିଜ୍ଞାନ ବିଭାଗର ଛାତ୍ର ଆଶୀଷ କୁମାର ରାଉତ , ସାଇକୃପା +୨ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଡାଡୁନ ସାମଲ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

eight + 14 =