୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଚିତାକର୍ଷକ ପ୍ରଦର୍ଶନ !

ଢେଙ୍କାନାଳ : ଢେଙ୍କାନାଳ ତୀରନ୍ଦାଜ ସଂଘ ପକ୍ଷରୁ ଆୟୋଜିତ ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ଉଦ୍‌ଘାଟନ ହୋଇଯାଇଛି ।

ଓଡିଶାର ବିଭିନ୍ନ ଜିଲ୍ଲା, ସ୍ପୋର୍ଷ୍ଟ ହଷ୍ଟେଲ୍‌, କିଟ୍ ଆବାସିକ ବିଦ୍ୟାଳୟ, ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ୍ ତାଲିମ୍ କେନ୍ଦ୍ର ୨୭୫ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଛନ୍ତି । ଆଜି ଅନୁଷ୍ଠିତ ଇଣ୍ଡିଆନ୍ ରାଉଣ୍ଡର ତୀରଚାଳନା ପ୍ରତିଯୋଗିତାର ମିନି, ସବ୍‌ଜୁନିଅର, ଜୁନିଅର, ସିନିଅର ବିଭାଗରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଚିତାକର୍ଷକ ତୀର ଚାଳନା ପ୍ରଦର୍ଶନ କରିଥିଲେ । ଇଣ୍ଡିଆନ୍ ରାଉଣ୍ଡ ମିନି ବିଭାଗ ବାଳକ ପ୍ରତିଯୋଗୀ ଭାବେ ଲାଞ୍ଜିଗଡ ହାଇସ୍କୁଲ୍‌ର ଦାଶରଥି ମାଝି ପ୍ରଥମ, ବିକ୍ରମ ମାଝି ତୃତୀୟ ସ୍ଥାନ ଓ କୋରାପୁଟ୍ ସ୍ପୋର୍ଟ ହଷ୍ଟେଲ୍‌ର ସାଇରାମ ହେମ୍ବ୍ରମ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ମିନି ବିଭାଗ ବାଳିକା ପ୍ରତିଯୋଗୀ ଭାବେ ଲାଞ୍ଜିଗଡ ହାଇସ୍କୁଲ୍‌ର ଜୁଲି ମୁଣ୍ଡା ପ୍ରଥମ, ରଚନା ମାଝି ଦ୍ୱିତୀୟ ଓ ଆରତୀ ମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଇଣ୍ଡିଆନ୍ ରାଉଣ୍ଡ ସବ୍ ଜୁନିଅର ବିଭାଗ ବାଳକ ପ୍ରତିଯୋଗି ଭାବେ କୋରାପୁଟ ସ୍ପୋର୍ଟ ହଷ୍ଟେଲ୍‌ର ତ୍ରିନାଥ ମୁଣ୍ଡା ପ୍ରଥମ, ହେମ୍ବ୍ରମ୍ ତୃତୀୟ ସ୍ଥାନ ଓ ଲାଞ୍ଜିଗଡ ହାଇସ୍କୁଲ୍‌ର ସଞ୍ଜୟ ମାଝି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ଇଣ୍ଡିଆନ୍ ରାଉଣ୍ଡ ଜୁନିଅର ବିଭାଗ ବାଳକ ପ୍ରତିଯୋଗୀ ଭାବେ ଲାଞ୍ଜିଗଡ ହାଇସ୍କୁଲ୍‌ର ସଂଜୟ ମାଝୀ ପ୍ରଥମ, କୋରାପୁଟ ସ୍ପୋର୍ଟସ୍ ହଷ୍ଟେଲ୍‌ର ତ୍ରିନାଥ ମୁଣ୍ଡା ଦ୍ୱିତୀୟ ଓ କିସ୍ ଆବାସିକ ବିଦୟାଳୟର ନିଥାନିଅଲ୍ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଇଣ୍ଡିଆନ୍ ରାଉଣ୍ଡ ଜୁନିଅର ବିଭାଗ ବାଳିକା ପ୍ରତିଯୋଗୀ ଭାବେ କିସ୍ ଆବାସିକ ବିଦ୍ୟାଳୟର ଜୟଲକ୍ଷ୍ମୀ ମଲ୍ଲିକ ପ୍ରଥମ, ମଂଜୁଲତା ହାସ୍‌ଦା ଦ୍ୱିତୀୟ ଓ ସୁନ୍ଦରଗଡ ଜିଲ୍ଲା ତୀରନ୍ଦାଜ ସଂଘ ପ୍ରତିଯୋଗୀ ବିଦ୍ୟାଭାରତୀ ଭୂମିଜ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଇଣ୍ଡିଆନ୍ ରାଉଣ୍ଡ ବରିଷ୍ଠ ବିଭାଗ ପୁରୁଷ ପ୍ରତିଯୋଗୀ ଭାବେ ସମ୍ବଲପୁର ଜୁଜୁମରା ହାଇସ୍କୁଲ୍‌ର ସୂର୍ଯ୍ୟ ପଲେଇ ପ୍ରଥମ ସ୍ଥାନ ଓ ମାନସ ରଂଜନ ମୁଣ୍ଡା ଦ୍ୱିତୀୟ ସ୍ଥାନ ଏବଂ କିସ୍ ଆବାସିକ ବିଦ୍ୟାଳୟର ନିଥାନିୟାଲ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଇଣ୍ଡିଆନ୍ ରାଉଣ୍ଡ ବରିଷ୍ଠ ବିଭାଗ ମହିଳା ପ୍ରତିଯୋଗୀ ଭାବେ କିସ୍ ଆବାସିକ ବିଦ୍ୟାଳୟର ଜୟଲକ୍ଷ୍ମୀ ମଲ୍ଲିକ ପ୍ରଥମ, ଲତିକା ଖଣ୍ଡପାତ୍ର ତୃତୀୟ ଓ ସୁନ୍ଦରଗଡ ଜିଲ୍ଲା ତୀରନ୍ଦାଜ ସଂଘ ପ୍ରତିଯୋଗୀ ବିଦ୍ୟାଭାରତୀ ଭୂମିଜ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତାର ଟେକ୍‌ନିକାଲ୍ ନିର୍ଦ୍ଦେଶକ ଭାବେ ରାଜେଶ ହାସ୍‌ଦା, ମୁଖ୍ୟ ବିଚାରକ ଭାବେ ତପନ କୁମାର ମୁର୍ମୁ, ସୁଟିଂର ନିର୍ଦ୍ଦେଶକ ଭାବେ ସୁଶ୍ରୀ ଟିକିଲି ମହାଖୁଡ, ସହଯୋଗୀ ଭାବେ ଗଙ୍ଗାଧର ମାଢୀ ପ୍ରମୁଖ ମ୍ୟାଚ୍ ପରିଚାଳନା କରୁଛନ୍ତି । ଭେନ୍ୟୁ ମ୍ୟାନେଜର ଭାବେ ରାମକୃଷ୍ଣ ବେହେରା, ସଚ୍ଚିଦାନନ୍ଦ ସାହୁ, ଜୟନ୍ତୀ ବେହେରା, ଅଭୟାନନ୍ଦ ବିହାରୀ, ପର୍ଶୁରାମ ମିଶ୍ର ଓ ନର୍ମଦା ମହାପାତ୍ର, ସନ୍ତୋଷ କୁମାର ସ୍ୱାଇଁ, ସତ୍ୟେନ୍ଦ୍ର ବର୍ମା, ହେମନ୍ତ କୁମାର ଖଟୁଆ, ସୁଭାଶିନୀ ମହାଖୁଡ ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

five × one =