ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଚେସ୍ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ରେ ୧୪ତମ ଚେସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି ।
ଉକ୍ତ ଟୁର୍ଣ୍ଣାମେଣ୍ଟ ଦୁଇଦିନ ଧରି ଚାଲିବ । ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୫୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଅପରାହ୍ନ ସାଢେ ୩ ଘଟିକାରେ ପ୍ରତିଯୋଗିତାକୁ ଓଡିଶା ସରକାରଙ୍କ ମୁଖ୍ୟ ସଚ୍ଚିବ ସଞ୍ଜିବ୍ କୁମାର ଚଢା ମୁଖ୍ୟ ଅତିଥି ଭାବେ, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ।
ଉଦ୍ଘାଟନୀ ଉତ୍ସବରେ ସଂଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ମହାନ୍ତି ସଭାପତିତ୍ୱ କରିଥିବାବେଳେ ସଂଘର ଯୁଗ୍ମ ସମ୍ପାଦକ ଅଶୋକ କୁମାର ମିଶ୍ର, ଗୋପାଳ ଚନ୍ଦ୍ର ପାତ୍ର, ସନ୍ଦୀପ କୁମାର ଷଡଙ୍ଗୀ, ସୁଶାନ୍ତ କୁମାର ଦାସ, ବିଶ୍ୱନାଥ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ହେମନ୍ତ କୁମାର ଖଟୁଆ ପ୍ରମୁଖ ପରିଚାଳନା କରିଥିଲେ ।
ଅତି ସୀମିତ ସମୟ ମଧ୍ୟରେ ସଞ୍ଜିବ ଚଢା, ସରୋଜ କୁମାର ସେଠୀ ଓ ଅନ୍ୟାନ୍ୟ ଅତିଥିମାନେ ଖେଳାଳୀ ଓ ଅଭିଭାବକମାନଙ୍କୁ ଉଦ୍ବୋଧନ ପ୍ରଦାନ କରି ଶୁଭକାମନା କରିଥିଲେ । ଉକ୍ତ ପ୍ରତିଯୋଗିତାକୁ ଆନ୍ତର୍ଜାତୀୟ ଆର୍ବିଟର ତାପସ କୁମାର ମହାନ୍ତି, ସଂଘର ଉପସଭାପତି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ବିଜୟ ଚନ୍ଦ୍ର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
ମ୍ୟାଚ୍ର ସଫଳତା ନିମନ୍ତେ ସମସ୍ତ କର୍ମକର୍ତ୍ତା ତଥା କ୍ରୀଡାବିତ୍, ପ୍ରତିଯୋଗୀ ଓ ଅଭିଭାବକମାନଙ୍କୁ ସଂଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ ଏବଂ ସମ୍ପାଦକ ଦେବବ୍ରତ ଭଟ୍ଟ ସମସ୍ତଙ୍କୁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।