“ବ୍ଲଡ୍‌କନ୍‌’ ୨୦୨୨ରେ ଓଡିଶାର ବଜରଙ୍ଗ କ୍ଲବ୍ ସମ୍ବର୍ଦ୍ଧିତ !


ଢେଙ୍କାନାଳ : ସର୍ବ ଭାରତୀୟ ରକ୍ତଦାତା ମହାସଂଘ ଦ୍ୱାରା ଆୟୋଜିତ “ବ୍ଲଡ୍‌କନ୍‌-୨୦୨୨’ର ତିନିଦିନିଆ କର୍ମଶାଳା ଦିଲ୍ଲୀର ନୋଏଡା ଅନ୍ତର୍ଗତ ରଷ୍ଟ୍ରୀୟ ଜୈବିକ ବିଜ୍ଞାନ ସଂସ୍ଥାନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳାରେ ସର୍ବ ଭାରତୀୟ ରକ୍ତଦାତା ମହାସଂଘର ସ୍ଥାୟୀ ସଦସ୍ୟତା ଲାଭ କରିଥିବା ଓଡିଶା ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍‌ର ଦୁଇ ସଦସ୍ୟ ସଂନ୍ଦୀପ ଷଢଙ୍ଗୀ ଓ ସିଦ୍ଧାର୍ତ ପ୍ରୀତମ୍ ମହାନ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବ ଭାରତୀୟ ରକ୍ତଦାତା ମହାସଂଘର ସଭାପତି କେ.ପି. ରାଜଗୋପାଳନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରି କହିଥିଲେ ଯେ, ମାନବ ଜୀବନରେ ରକ୍ତ ଏକ ମୌଳିକ ଆବଶ୍ୟକ, ରକ୍ତଦାନ କରି ଜୀବନ ବଂଚାଇବାରେ ଯେଉଁ ଆନନ୍ଦ ଥାଏ ତାହା ଅନ୍ୟ କେଉଁଥିରେ ମିଳେ ନାହିଁ ।

ରକ୍ତଦାତା ମହାସଂଘର ସାଧାରଣ ସମ୍ପାଦକ ବିଶ୍ୱରୂପ ବିଶ୍ୱାସ ସମ୍ପାଦକୀୟ ଭାଷଣ ପ୍ରଦାନ କରି ବିବରଣୀ ପାଠ କରିଥିଲେ । ଭାରତ ଓ ରାଷ୍ଟ୍ରୀୟ ଜୈବିକ ବିଜ୍ଞାନ ସଂସ୍ଥାନ ହିମୋ ଭିଜିଲାନସର ମୁଖ୍ୟ ପ୍ରୋଗ୍ରାମର ଡ. ଆକାଂକ୍ଷା ବିସ୍ତ ଧନ୍ୟବାଦ ପ୍ରଦାନ କରିଥିଲେ ।ଏହି ତିନିଦିନିଆ କର୍ମଶାଳାରେ ବ୍ଲଡ୍ ଡୋନେସନ୍ କ୍ୟାମ୍ପର କ୍ୱାଲିଟି, କ୍ୱାଲିଟି ମେଜରମେଂଟ୍‌, ବ୍ଲଡ୍ ଡୋନେସନ୍ ଡ୍ରାଇଭ, କ୍ୱାଲିଟି ବ୍ଲଡ୍ ଡୋନେସନ୍‌, ରୋଲ୍ ଅଫ୍ ବ୍ଲଡ୍ ସେଂଟର ଓ ସ୍ୱେଚ୍ଛାସେବୀ ସଂଗଠନ ଇନ୍ ସୁଇଙ୍ଗ ବ୍ଲଡ୍ ଆସେସ୍‌ବିଲିଟି, ରୋଲ୍ ଅଫ୍ ନେସ୍‌ନାଲ ବ୍ଲଡ୍ ଟ୍ରାନ୍ସଫୁସିଆନ୍ କାଉନ୍‌ସିଲ୍‌, ଆଦର୍ଶ ବ୍ଲଡ୍ ଟ୍ରାନ୍ସଫୁସିଅନ୍ ସର୍ଭିସ୍‌, ସ୍ୱେଚ୍ଛାକୃତ ରକ୍ତଦାନ ୨୦୩୦ ଲକ୍ଷ୍ୟ ଅନୁଯାୟୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚାଇବା, ରକ୍ତଦାତାମାନଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଯେପରି ନହୁଏ, ବିନା ପ୍ରତିବଦଳରେ ସମସ୍ତଙ୍କ ପାଇଁ ରକ୍ତ ଉପଲବ୍ଧ ଓ ରକ୍ତଦାନ ଆଇନ୍ ଓ ନୂତନ ନିୟମ ସମ୍ପର୍କରେ ଭାରତୀୟ ରକ୍ତଦାତା ମହାସଂଘର ଉପସଭାପତି ପ୍ରଶାନ୍ତ ଦାସ, ଭିତିନ୍ ପୁରୀ, କାର୍ଯ୍ୟାଳୟ ସଚିବ ଜିତେନ୍ଦ୍ର ମିଶ୍ର, ସହ- ସମ୍ପାଦକ ଅତୁଲ ଗେରା, ପଶ୍ଚିମବଙ୍ଗ ରାଜ୍ୟ ସଂପାଦକ ଦେବପ୍ରିୟ ଧର, ଜାତୀୟ ବ୍ଲଡ୍ ଟ୍ରାନ୍ସଫୁସିଆନ୍ କାଉନ୍‌ସିଲ୍ ର ନିର୍ଦ୍ଦେଶକ ଡ. ଅନୀଲ କୁମାର ଓ ସଂପାଦକ ଡ. ମେଘା ପ୍ରବିନ ଖୋବ୍ରାଗଡେ, ହିମୋ ଭିଜିଲାନ୍ସ ମୁଖ୍ୟ ଆକାଂକ୍ଷା ବିସ୍ତ, ରାମ ମନୋହର ଲୋହିଆ ହସ୍ପିଟାଲ୍ ଏବଂ ଅଟଳ ବିହାରୀ ବାଜପେୟୀ ହସ୍ପିଟାଲ୍‌ର ମୁଖ୍ୟ ଚିକିତ୍ସାଧିକାରୀ ଡ. କୀରନ୍ ଚୌଧୁରୀ, ଏମ୍‌ସ୍ ମେଡିକାଲ୍‌ର ହୃଦ୍‌ରୋଗ ଏବଂ ସ୍ନାୟୁ ରୋଗ ବିଶେଷଜ୍ଞ ଅଞ୍ଜଳି ହଜାରିକା, ଚଣ୍ଡୀଗଡ ସ୍ନାତକୋତର ଡାକ୍ତରୀ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଡା. ସୁଚେତ୍ ସଚଦେବଙ୍କ ସହିତ ଭାରତର ବିଶିଷ୍ଠ ରକ୍ତ ଭଣ୍ଡାରର ଡ. ଗୀତା ଅଗ୍ରୱାଲ, ଡ. ଅନୀଲ କୁମାର, ଡ.ଏନ୍‌.କେ. ଗୁପ୍ତା ଓ ପ୍ରମୁଖ ଯୋଗଦେଇ କର୍ମଶାଳାରେ ଆଲୋଚନା କରିଥିଲେ ।

ଏହି କର୍ମଶାଳାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ୱେଚ୍ଛାସେବୀ ସଂଗଠନ, ମରିସସ୍‌, ଲେବାନନ୍‌, ନେପାଳ ରାଷ୍ଟ୍ରର ପ୍ରତିନିଧି ମଣ୍ଡଳୀ ଯୋଗ ଦେଇଥିଲେ ।ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ବଜରଙ୍ଗ କ୍ଲବ୍‌କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

19 − nineteen =