ସୁନା ଚେନ ଜବତ ସହିତ ଲୁଟେରା ଗିରଫ !

ଢେଙ୍କାନାଳ : ସହର ସ୍ଥିତ ମାଣ୍ଡବାସାହି ଅଞ୍ଚଳର ବଂଶୀଧର ସାହୁ ନାମକ ଜଣେ ବୃଦ୍ଧଙ୍କ ବେକରୁ ୭.୨୪୦ ଗ୍ରାମ୍‌ ଓଜନର ଏକ ସୁନାଚେନ୍‌ଗତ ୪ ତାରିଖ ସକାଳ ସାଢ଼େ ୬:୩୦ ଟାରେ ଲୁଟ୍‌ ହୋଇଥିଲା। ସେ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ଅଭିଯୁକ୍ତ ସୁନା ଚେନ୍‌ ଝାମ୍ପି ନେଇଥିଲେ।

ଏହିଘଟଣାରେ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଢକୁଣିଆସାହିରୁ ଗିରଫ ସହ ସୁନା ଚେନ ଜବତ କରିଛି । ଅଭିଯୁକ୍ତ କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କଠାରୁଉକ୍ତ ଚେନ୍‌ ଜବତ ହୋଇଛି। ଏ ସଂକ୍ରାନ୍ତରେ ନଂ .୬୪୮/୨୨, ଦଫା ୩୯୨ରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.

seven + four =