ନିହଲପ୍ରସାଦ କ୍ରସର ସମସ୍ୟା ପାଇଁ ୮ଦିନ ମହଲତ ପ୍ରତିଶୃତି ଧାରଣା ରୁ ଉଠିଲେ ଗ୍ରାମବସୀ !

ଢ଼େଙ୍କାନାଳ : ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଦଶରା ପଡିଆ ଠାରେ ଢେଙ୍କାନାଳ ଓ ଚଡେଇଧରା ମୁଖ୍ୟ ରାସ୍ତା ଉପରେ୬ଦଫା ଦାବି ପୂରଣ ନେଇ ଗ୍ରାମବସୀ ମାନେ ପୂର୍ବତନ ସରପଞ୍ଚ ତାପସ କୁମାର ସାହୁଙ୍କର ନେତୃତ୍ୱରେ ଧାରଣା ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ବେଆଇନ ବ୍ଲାଷ୍ଟିଙ୍ଗ ବନ୍ଦ କରିବା, ଜୀବନ ଜୀବିକାକୁ ସୁରକ୍ଷା ଦେବା, ପାଣି ପବନ ପ୍ରଦ୍ୟୁଷଣକୁ ରୋକିବା, ପରିବେଶ ଦୂଷିତ ନକରିବା, ପରିବେଶକୁ ସୁରକ୍ଷା ଦେବା, ବିନା ଅନୁମତିରେ ବେଆଇନ ଭାବରେ ଚାଲୁଥିବା ଆରୁଣି ଓ ଜଗବନ୍ଧୁ କ୍ରସରକୁ ତୁରନ୍ତ ବନ୍ଦ କରିବା ଭାରିଜାନ ଚଳାଚଳକୁ ବନ୍ଦ କରିବା ନିହଲପ୍ରସାଦ ମୌଜ଼ାରୁ ରାତି ଅଧିଆ ଚୋରାରେ ଚାଲାଣ ହେଉଥିବା ମୋରମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ବେଆଇନ ପଥର ଖନନକୁ ବନ୍ଦ କରିବା, ପଥର ଖନନ ସ୍ଥଳରୁ ଅମୋନିଆ ମିଶ୍ରିତ ପାଣି ଗ୍ରାମ ମଧ୍ୟରେ ଥିବା କୂପ ଓ ନଳକୂପରେ ମିଶିବା ଦ୍ୱାରା ଉକ୍ତ ପାଣି ବ୍ୟଵହାର କରି କିଡିନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖ ରେ ପଡିବା । ରୋଜଗାର ନପାଇ ଦାଦନ ଖଟିବାକୁ ବନ୍ଦ କରିବା, ଭାରିଜାନ ଚାଲିବା ଦ୍ୱାରା ରାସ୍ତାରେ ଉଡୁଥିବା ଧୂଳି କୁ ପ୍ରତିହତ କରିବାକୁ ପାଣି ପକାଇବା ଆଦି ଦାବି ରଖି ରାସ୍ତା ରେ ବସିରହିଥିଲେ. ସବୁ ଦାବି ଗୁଡିକ ପୁରାଣ ପାଇଁ ଧାରଣା ଗ୍ରାମବସୀ ମାନେ ଦେଇଥିଲେ ।

ଘଟଣା ସ୍ଥଳରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ , ପୋଲିସ ଏସ .ଡ଼ି .ପି. ଓ. ସୂର୍ଯ୍ୟମଣି ପ୍ରଧାନ ଗଁଦିଆ ତହସିଲଦାର ଭଜନାନନ୍ଦ ସାହୁ ଓ ନିହଲପ୍ରସାଦ ଥାନା ଆଇଆଇସି କାଶୀନାଥ ହଂସଦା ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିବା ସହିତ ସମସ୍ୟାର ସମାଧାନ ପାଇଁ ଆଗାମୀ ବୁଧବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି । ଅପରପକ୍ଷେ ବେଲମାଲିଆ ଗ୍ରାମ ପୋଖରୀ ହୁଡ଼ା ରାସ୍ତା ରେ ଜଗବନ୍ଧୁ କ୍ରସର ର ଭାରି ଜାନ ଯାଇ ରାସ୍ତା ନଷ୍ଟ ହେଉଥିବାରୁ ଗ୍ରାମବାସୀ ରାସ୍ତା ତାଡି ଦେଇଥିଲେ । ପ୍ରଶାସନ ଉପସ୍ଥିତ ରେ ରାସ୍ତା କୁ ପୋତା ଯାଇଛି । ଏହି ଆଠ ଦିନ ମଧ୍ୟ୍ୟ ରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ବେଗା, ନିହାଲପ୍ରସାଦ,ଦଶମାଣ ପାଟଣା ପଞ୍ଚାୟତ ର ସରପଞ୍ଚ ଙ୍କ ଉପସ୍ଥିତ ଓ ଉଭୟ କ୍ରସର ସପକ୍ଷରେ ଥିବା ବ୍ୟକ୍ତି ବିପକ୍ଷ ରେ ଥିବା ବ୍ୟକ୍ତି ଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇ ସମସ୍ୟା ସମାଧାନ ପାଇଁ ଆଠ ଦିନ ସମୟ ନେଇଛି ପ୍ରଶାସନ। ଏହି ପ୍ରତିଶୃତି ପାଇବା ପରେ ଧାରଣା ରୁ ହଟିଥିଲେ ଗ୍ରାମବାସୀ।ଅପରାହ୍ନ ୫ଟାରେ ରାସ୍ତାରୋକ ହଟିବାରୁ ଅଟକି ଥିବା ଶହ ଶହ ଗାଡି ଯାଇପାରିଥିଲା ।

Leave A Reply

Your email address will not be published.

eighteen − 10 =