ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

କିଡନୀରୋଗ ଛଡାଇ ନେବ କି ତ୍ରିଲୋଚନଙ୍କ ଜୀବନ !

ଢ଼େଙ୍କାନାଳ : ଭଲ ପାଠ ପଢି ଭଲ ମଣିଷ ହେବି, ବାପାମାଆଙ୍କ ଦୁଃଖ ଦୁର କରିବି । ଏ ଥିଲା ଜଣେ କଲେଜ ପଢୁଆ ଛାତ୍ରଙ୍କ ସ୍ୱପ୍ନ । ସ୍ୱପ୍ନ ଥିଲା ଦିନ ମଜୁରିଆ ବାପାଙ୍କ କାନ୍ଧରୁ ବୋଝ କମାଇ ନିଜେ କିଛି କରି ଦେଖାଇବ । ଦୁଃଖିଦରିଦ୍ର ବୃଦ୍ଧ ବାପାମାଆଙ୍କ ଆଖିରେ ଖୁସିର ଆଲୋକ ଭରିଦେବ । କିନ୍ତୁ କାଳର କଥା । କେତେବେଳ ଯେ କାହାର ସ୍ୱପ୍ନ ଭାଙ୍ଗିଦେଇ ଦୁଃଖ ଦରିଆରେ ଆହୁରି ଦୁଃଖ ର ଝଡ ଆଣିଦେବ କିଏ ବା ଯାଣେ ।

ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ମଙ୍ଗଳା ସାହି ଯୁକ୍ତ-୩ର ମେଧାବୀ ଛାତ୍ର ତ୍ରିଲୋଚନ ସାହୁଙ୍କ ଜୀବନ ରେ ଏପରି ଘଟଣା ଦେଖିବାକୁ ମିଳିଛି । ପିତା ଜଣେ ଦିନମଜୁରୀଆ ଆରତବନ୍ଧୁ ସାହୁ, ମାତା ଜେମା ସାହୁ ଓ ଦୁଇ ଭାଇଙ୍କୁ ନେଇ ଏକ ଛୋଟ ପରିବାର ଯାହାଙ୍କ ପାଇଁ ସରକାରୀ ସୁବିଧା ସାତ ସପନ । ରାସନ କାର୍ଡ ନାହିଁ କି ବିଜୁ ସ୍ବାସ୍ଥ୍ୟ ବିମା କାର୍ଡ ନାହିଁ ।ନା ଅଛି ପ୍ରଧାନମନ୍ତ୍ରୀ ଆବାସ ଘର । ବଡପୁଅ ପାଠ ଛାଡି ବାପାଙ୍କ ସହିତ ମୂଲମଜୁରୀ କରି ପରିବାର ଚଳାଇବା ସହିତ ସାନଭାଇ ତ୍ରୀଲୋଚନଙ୍କ ପାଠ ପଢାରେ ଖର୍ଚ୍ଚ କରନ୍ତି । ତ୍ରୀଲୋଚନ ବି ବାପାଭାଇଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମନ ଦେଇ ପାଠ ପଢନ୍ତି ।

କିନ୍ତୁ ଆଜକୁ ପାଞ୍ଚ ମାସ ପୂର୍ବେ ତ୍ରୀଲୋଚନଙ୍କ ମୁହଁ, ହାତଗୋଡ ଫୁଲିବାକୁ ଲାଗିଲା । ପରିବାର ଲୋକେ ତ୍ରୀଲୋଚନଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ପରୀକ୍ଷାରୁ ଜଣାପଡିଲା ତାଙ୍କର ଦୁଇଟି କିଡିନୀ ଖରାପ ହୋଇଛି । ହତାସ ହୋଇଗଲେ ବାପା ଆରତବନ୍ଧୁ କଣ କରିବେ କିଛି ବାଟ ଦେଖା ଗଲାନାହିଁ । ଘରକୁ ଆସି ଜମିବାଡି ସୁନାଗହଣା ପାଖରେ ଯାହାଥିଲା ସବୁ ବିକିଭାଙ୍ଗି ପ୍ରଥମେ କିମସ୍ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ସେଠାରେ କିଛି ପରିବର୍ତ୍ତନ ନହେବାରୁ ପରବର୍ତ୍ତୀ ସମୟରେ ଏଏମସ୍ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ଏବେ ଏକମାସ ହେଲା ଆପୋଲୋ ହସ୍ପିଟାଲରେ ତ୍ରୀଲୋଚନଙ୍କର ଚିକିତ୍ସା ଚାଲିଛି । ଶେଷରେ ଡାକ୍ତର କିଡିନୀ ଦୁଇଟିକୁ ଅପରେସନ କରିବାକୁ ପରାମର୍ଶ ଦେଲା ସେଥିପାଇଁ ଖର୍ଚ୍ଚ ହେବ ୧୫ ରୁ ୨୦ ଲକ୍ଷ ଟଙ୍କା । ଏବେ ଏତେ ଗୁଡିଏ ଟଙ୍କା କେଉଁଠୁ ଜୋଗାଡ କରିବେ ପରିବାର ଲୋକେ । ନିରାସ ହୋଇପଡିଥିବା ପରିବାର ଇଶ୍ବରଙ୍କ ଉପରେ ଭରଷା ମେଡିକାଲ ରୁ ଫେରି ଏବେ ଘରେ ।

ଯଦି କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ତ୍ରୀଲୋଚନଙ୍କୁ ସାହାଯ୍ୟର ହାତ ବଢାଇବାକୁ ଚାହୁଛନ୍ତି ତେବେ ଯୋଗାଯୋଗ କରନ୍ତୁ । ଆରତବନ୍ଧୁ ସାହୁ ମୋବାଇଲ- 7751073599, State Bank of India
Branch_ Kamakshyanagar
Chittaranjan Sahoo A/C_ 37991679249
IFSC- SBIN0000235
Phone Pay _ 9583227027 ( ଚିତ୍ତରଞ୍ଜନ ସାହୁ )
ତେବେ ଭୁବନ ବିଡିଓଙ୍କ ସହିତ ଯୋଗାଯୋଗ କରି ତ୍ରୀଲୋଚନଙ୍କ ଚିକିତ୍ସା କିପରି କରାଯିବ । ବିଜୁ ସ୍ବାସ୍ଥ୍ୟ କାର୍ଡ ଓ ରାସନ କାର୍ଡରେ ସେମାନଙ୍କୁ କିପରି ସାମିଲ କରାଯିବ ଏବଂ ଆବାସ ଯୋଜନା କିପରି ମିଳିବ ସେନେଇ ଆଲୋଚନା କରିବେ ବୋଲି କହିଛନ୍ତି ସରପଞ୍ଚ ରଞ୍ଜନ କୁମାର ବାରିକ ।

ତ୍ରୀଲୋଚନଙ୍କୁ କିପରି ସାହାଯ୍ୟ ଓ ସହଯୋଗ ପ୍ରଶାସନ ତରଫରୁ ମିଳୁଛି ତାହା ଦେଖିବାକୁ ବାକିରହିଲା ।

Leave A Reply

Your email address will not be published.

eighteen + twelve =