ଢେଙ୍କାନାଳ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ଚାଷୀ ଜାଗରଣ ସଭା ଅନୁଷ୍ଠିତ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ଚାଷୀ ଜାଗରଣ ସଭା ଓ ତାଲିମ୍ ଶିବିର ଢେଙ୍କାନାଳ ଟାଉନ୍‌ସ୍ଥ ଗାନ୍ଧୀମନ୍ଦିର ନିକଟରେ ଜିଲ୍ଲା ସଭାପତି ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ସର୍ବଭାରତୀୟ ନବନିର୍ମାଣ କୃଷକ ସଂଗଠନର ଅଧ୍ୟକ୍ଷ ଅକ୍ଷୟ କୁମାର ଯୋଗଦାନ ଦେଇଥିଲେ । ଏହା ଏକ ଭିନ୍ନ ଧରଣର ଶିବିର ହୋଇଥିବାରୁ ବିଭିନ୍ନ ବ୍ଲକ୍‌ରୁ ଯୁବନେତୃତ୍ୱମାନେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଭାରୀ ଅଶ୍ୱିନୀ କୁମାର ଜେନା, ଜିଲ୍ଲାର ସହ-ସଂଯୋଜକ ପ୍ରହଲ୍ଲାଦ ସାହୁ ଯୋଗଦାନ ଦେଇ ଚାଷୀର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଯୁବକମାନଙ୍କୁ ନେତୃତ୍ୱ ତାଲିମ୍ ସହିତ ଚାଷୀ ଜାଗରଣ ସଂପର୍କରେ ଆଲୋକପାତ କରିଥିଲେ ।

ଯୁବ ନେତୃତ୍ୱ ବିଶିଷ୍ଟ ଚାଷୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଜିଲ୍ଲାର ନବନିର୍ମାଣ କୃଷକ ଯୁବ ସଂଗଠନର ସଂଯୋଜକ ଭାବେ ଦାୟିତ୍ୱ ଦେଇଥିଲେ । ବିଶେଷତଃ ଧାନ ମଣ୍ଡି ବ୍ୟବସ୍ଥାର ସୁଧାର, ଧାନ ମଣ୍ଡିରେ କଟ୍‌ନୀ ଛଟ୍‌ନୀ ବନ୍ଦ, ଚାଷୀଙ୍କୁ ଧାନ କୁଇଂଟାଲ୍ ପିଛା ୫ହଜାର ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ ଭତା ୨ହଜାର ଟଙ୍କା, ଯୁବକମାନଙ୍କୁ ବେକାରୀ ଭତା, ହାତୀ,ମାଙ୍କଡ, ବାର୍‌ହା ଉପଦ୍ରବରୁ ଚାଷୀଙ୍କୁ ସୁରକ୍ଷା ସହିତ ଫସଲ ସୁରକ୍ଷା, ହାତୀ କରିଡର କରି ହାତୀଦମନ, ହାତୀ ଦ୍ୱାରା ମୃତ୍ୟୁ ହୋଇଥିବା ବ୍ୟକ୍ତିକୁ ହାତୀ ମୂଲ୍ୟ ସହିତ ସମାନ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ପ୍ରଦାନ, ଇନ୍‌ପୁଟ୍‌, ସବ୍‌ସିଡ୍‌, ଫସଲ ବୀମା ଚାଷୀଙ୍କୁ ତୁରନ୍ତ ପ୍ରଦାନ, ଚାଷୀର ଋଣଛାଡ, ତେଲେଙ୍ଗନା ରାଜ୍ୟ ଭଳି ଚାଷୀର ଚାଷ ପାଇଁ ଏକର ପିଛା ୧୦ହଜାର ଟଙ୍କା ସହାୟତା ପ୍ରଦାନ, ସାର, ବିହନ ପ୍ରକୃତ ଚାଷୀଙ୍କୁ ପ୍ରଦାନ କରିବା ଇତ୍ୟାଦି ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଯୁବ ନେତୃତ୍ୱମାନେ ସଙ୍କଳ୍ପ ନେଇ କାର୍ଯ୍ୟ କରିବେ ବୋଲି ସ୍ୱୀକୃତି ପ୍ରଦାନ କରିଥିଲେ । ସମାଜସେବୀ ଚାଷୀ ନେତା ରଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

7 + five =