ଢେଙ୍କାନାଳ : ଭାରତରତ୍ନ ଡ. ବାବା ସାହେବ ଆମ୍ବେଦକରଙ୍କ ୬୬ତମ ମହାପ୍ରୟାଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ସକାଳ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବା ସାହେବ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ମହିଷାପାଟସ୍ଥିତ ନୂତନ”ଆମ୍ବେଦକର ଭବନ’କୁ “ଆମ ପ୍ରତିଭା ଆମ ସମ୍ମାନ’ର ସଭାପତି ତଥା ହିନ୍ଦୋଳ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁଁନ୍ତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା । ଏହି ଉପଲକ୍ଷେ ଆମ୍ବେଦକର ମେମୋରିଆଲ୍ ସୋସାଇଟ୍ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅଧିବକ୍ତା ଉଚ୍ଚ ନ୍ୟାୟାଳୟ, କଟକ ତଥା ରାଜ୍ୟ ଉତ୍କଳ ସମ୍ମିଳନୀର ଅଧ୍ୟକ୍ଷ ବସନ୍ତ କୁମାର ତ୍ରିପାଠୀ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଦିକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟା ତଥା ଆଇନ୍ଜୀବୀ ମମତାଞ୍ଜଳି ବେହେରା, ଉତ୍କଳ ଆଜବେଷ୍ଟର ବୈଦ୍ୟୁତିକ ପ୍ରବନ୍ଧକ ବିଜୟ କୁମାର ବିଶ୍ୱାଳ, ସମାଜସେବୀ ଭରତ ଚନ୍ଦ୍ର ଦାସ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରିୟ ରଞ୍ଜନ ମାହୁଁନ୍ତ ଆମ୍ବେଦକରଙ୍କ ସଂପର୍କରେ ଉପସ୍ଥିତ ଆମ୍ବେଦକର ପ୍ରେମୀଙ୍କୁ ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଡକ୍ଟର ପ୍ରମୋଦ କୁମାର ନାୟକ ଆମ୍ବେଦକଙ୍କ ଶିକ୍ଷା, କୃତିତ୍ୱ ଓ ସମାଜ ସଂସ୍କାର ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।
ଏହି ବୈଠକରେ ଢେଙ୍କାନାଳର ବୁଦ୍ଧିଜୀବୀ ତଥା ସମାଜସେବୀ ଅସୀତ କୁମାର ରଥ, ଉତ୍କଳ ଆଜବେଷ୍ଟସ୍ର କୋଷାଧ୍ୟକ୍ଷ ନୃସିଂହ ଚରଣ ସ୍ୱାଇଁ, ମୂଳନିବାସୀ ସଂସ୍ଥାର ସଭାପତି ତଥା ସମାଜସେବୀ ଜହର ନାଏକ, ବିସିଷ୍ଟ ଶ୍ରମିକ ନେତା ଦୀନେଶ କୁମାର ପ୍ରଧାନ, “ପ୍ରତିରୋଧ’ ଖବରକାଗଜ ସମ୍ପାଦକ ବାଇଧର ନାଏକ ଓ ସାମ୍ବାଦିକମାନେ ଯୋଗଦେଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ । ଅନୁଷ୍ଠାନର ଉପସଭାପତି ସୁଧାକର ନାଏକ, ଆଇନ୍ଜିବୀ ଅକ୍ଷୟ କୁମାର ଭୋଇ, କାମାକ୍ଷାନଗର ଦଳିତ ସଭାପତି ପ୍ରହଲ୍ଲାଦ ନାଏକ, ଜନସଂଖ୍ୟା ଫାଉଣ୍ଡେସନ୍ର ଜିଲ୍ଲା ସଭାପତି କଲ୍ୟାଣ କାନୁନ୍ଗୋ, ଆଇନ୍ଜୀବୀ କବିତାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ଆମ୍ବେଦକର ମେମୋରିଆଲ୍ ସୋସାଇଟ୍ର ସମ୍ପାଦକ ବନମାଳି ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ ।