ଡକ୍ଟର ରାଧାନାଥ ରଥ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ଉଫୁନା ପକ୍ଷରୁ ରାଧାନାଥ ରଥଙ୍କ ଜୟନ୍ତୀ ପାଳନ !


ଢେଙ୍କାନାଳ : ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ଉପଲକ୍ଷେ ଏକ ଜୟନ୍ତୀ ସଭା ଡକ୍ଟର ରାଧାନାଥ ରଥ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ଉଫୁନା ମିଳିତ ଆନୁକୂଲ୍ୟରେ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟରେ ଉଫନା ରାଜ୍ୟ ସଭାପତି ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବରିଷ୍ଠ ଆଡଭୋକେଟ୍ ଶ୍ୟାମସୁନ୍ଦର ପଣ୍ଡା କହିଲେ ଯେ ଡାକ୍ତର ରଥ ଜଣେ ଶତାବ୍ଦୀ ପୁରୁଷ ଥିଲେ । ଡକ୍ଟର ରଥ ସାମ୍ବାଦିକ ଜଗତର ପିତାମହ ଥିଲେ । ଏଥିରେ ମୁଖ୍ୟବକ୍ତା ରୂପେ ପ୍ରଫେସର ବିଶ୍ୱନାଥ ମହାପାତ୍ର କହିଲେ ଯେ, ଡକ୍ଟର ରଥଙ୍କ ଝିଟିପିଟି କହେ ମାଧ୍ୟମରେ ସେ ରାଜ୍ୟ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେଉଥିଲେ । ସମାଜସେବୀ ରୁଦ୍ରପ୍ରକାଶ ଶରଣ କହିଲେ ଯେ ଡକ୍ଟର ରଥ ଏକାଧାରରେ ଜଣେ ସାମ୍ବାଦିକ, ସମାଜସେବୀ, ସୁଲେଖକ ଏବଂ ବରିଷ୍ଠ ରାଜନୀତିଜ୍ଞ ଥିଲେ ।

ବକ୍ତାମାନେ ଡକ୍ଟର ରଥଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ଏହି ସଭାରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବାହାଦୂର ପାଟ୍ଟସାହାଣୀ ସ୍ୱାଗତଭାଷଣ ଦେଇଥିବାବେଳେ କୁମାରୀ ବନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଇଂଜିନିୟ୍ ଡମ୍ବରୁଧର ପଣ୍ଡା, ସମାଜସେବୀ ସରୋଜ ଶତପଥୀ, ଆଡଭୋକେଟ୍ ପ୍ରିୟଙ୍କା ପଣ୍ଡା, ଇଞ୍ଜିନିୟର ଅବିନାଶ ଦାସ, ପରିବେଶବିତ୍ ଉପେନ୍ଦ୍ର ରାଉତ, ଡାକ୍ତର ଶ୍ରୀନିବାସ ହୋତା, ପ୍ରଫେସର ଦିଲ୍ଲୀପନନ୍ଦ, ସାନ୍ଧ୍ୟ ମହାବିଦ୍ୟାଳୟ ସମୀର ରଞ୍ଜନ ସାହୁ, ଡକ୍ଟର ପ୍ରଦ୍ୟୋତ ବେହେରା ପ୍ରମୁଖ ଯୋଗଦେଇଥିଲେ । ବିଚିତ୍ରାନନ୍ଦ ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

2 × 3 =