ଯୋରନ୍ଦା ମହିମା ଗାଦିମନ୍ଦିର ପରିଦର୍ଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ମହିମା ସାଧୁସନ୍ଥଙ୍କ ସହ ଆଲୋଚନା !
ଢ଼େଙ୍କାନାଳ : ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିମନ୍ଦିର ପରିଦର୍ଶନରେ କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ।
ଅପରାହ୍ନରେ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଯୋରନ୍ଦା ମହିମା ଗାଦିମନ୍ଦିର ତୃତୀୟ ବେଢ଼ା ପରୀସରରୁ ଉଚ୍ଛେଦ କରାଯାଇଥିବା କୌପୀନଧାରୀ ମହିମା ସମାଜର ଉପାସନା ସ୍ଥଳକୁ ।
ଏହି ଅବସରରେ ସେ କୌପୀନଧାରୀ ଏବଂ ବକ୍କଳଧାରୀ ମହିମା ସାଧୁସନ୍ଥଙ୍କୁ ସହ ଆଲୋଚନା କରିଛନ୍ତି । ଆପୋସ ବୁଝାମଣା ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ସେ ଉଭୟଗୋଷ୍ଠୀକୁ ବିନମ୍ର ନିବେଦନ କରିଛନ୍ତି। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଲେ , ମହିମା ସ୍ୱାମୀଙ୍କ ବାର୍ତ୍ତା ସନ୍ଥକବିଭୀମ ଭୋଇଙ୍କ ଦ୍ୱାରା ପ୍ରଚାର ଯୋଗୁଅନେକ ଅନୁଗାମୀ ଏହି ଆଧ୍ୟାତ୍ମିକ ଦୁନିଆ ସହର ଯୋଡ଼ିହୋଇଛନ୍ତି। ମହିମା ସ୍ୱାମୀଙ୍କ ଅମୂଲ୍ୟ ବାର୍ତ୍ତା ଏବଂ ଉକ୍ତି ସମଗ୍ର ବିଶ୍ୱକୁ
ପ୍ରଭାବିତ କରିଛି। ଏଭଳି ଦୁର୍ଲଭ ସମ୍ପତ୍ତିକୁ ସୁରକ୍ଷିତ ଦେବା ଏବଂ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର
ଦାୟିତ୍ୱ। ପୂଜ୍ୟ ସନ୍ଥମାନେ ବହୁଗୁଣିଜ୍ଞାନୀ ବ୍ୟକ୍ତିବିଶେଷ। ଆପୋସ ଆଲୋଚନା ମାଧ୍ୟମରେ ଏହି ବିବାଦ ତୁଟାଇବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ବକ୍କଳଧାରୀ ମହିମା ସମାଜ ସନ୍ୟାସୀ ବାବା ସୁବ୍ରତ ଦାସ କହିଲେ , ଜାଗା ବିଷୟରେ ବିବାଦ ଆଇନଗତ ଥିଲା। ଆସନ୍ତା ମାଘମେଳାରେ ପ୍ରଧାନମନ୍ତ୍ରୀଙ୍କୁ ଅତିଥି ରୂପେ ଆମନ୍ତ୍ରଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ସେହିପରି କୌପୀନଧାରୀ ମହିମା ସମାଜର ମୁଖ୍ୟ ବାବା ଶ୍ରୀମଦ୍ ରଘୁନାଥ ଦାସ କୁହନ୍ତି, ମହିମା ଗୋସାଇଁ ପତିତ ଉଦ୍ଧାର ପାଇଁ ଏହି ଧର୍ମ ପ୍ରଚାର କରିଥିଲେ। ଏହି ଧର୍ମରେ ଉଚ୍ଚନୀଚ ଭେଦଭାବ ନାହିଁ। । ଉପାସନା ପୀଠ ଭଙ୍ଗାଯିବା ସଂକ୍ରାନ୍ତ କାଗଜପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଦେଖାଯାଇଥିଲା। ଏଥିସହ ବିକଳ୍ପ ଥଇଥାନ ବ୍ୟବସ୍ଥା କରାଯିବା ନିମନ୍ତେ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ଏହିଗସ୍ତ ସମୟରେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ମହେଶ ସାହୁ, ପୂର୍ବତନ ରାଜ୍ୟ
ସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲା ଯୁବମୋର୍ଚ୍ଚ ସଭାପତିଏମ.ଜେ. ଯଶୋବନ୍ତ ମହିମା , ପଦ୍ମଭୂଷଣ ସାହୁ, ସତ୍ୟନାରାୟଣ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।