ଢେଙ୍କାନାଳ : ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଷ୍ଟାଡିୟମ୍ଠାରେ ହେବାକୁ ଥିବା ଚତୁର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ୍ ପ୍ରତିଯୋଗିତା ପାଇଁ ଆୟୋଜକ ଢେଙ୍କାନାଳ ତୀରନ୍ଦାଜ୍ ସଂଘର ପ୍ରସ୍ତୁତି ବାବଦରେ ଓଡିଶା ତୀରନ୍ଦାଜ୍ ସଂଘ କଟକରୁ ଏକ ଉଚ୍ଚସ୍ତରୀୟ ଦଳ ଢେଙ୍କାନାଳ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ।
ଏହି ଦଳ ଷ୍ଟାଡିୟମ୍ର ଚତୁଃପାଶ୍ୱର୍ରେ ଥିବା ଅନୁକୂଳ ବ୍ୟବସ୍ଥା ତା’ ସହିତ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ମାପଚୁପ କରି ଅଫିସିଆଲ୍ ତୀରନ୍ଦାଜ୍, ସୁଟିଂ ରେଞ୍ଜ୍, ଷ୍ଟେଜ୍, ତୀରନ୍ଦାଜ ବୈଷୟିକ ନିୟମ ଇତ୍ୟାଦିର କିଛି କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସ୍ତୁତି ଆଲୋଚନା ରେ ଜିଲ୍ଲା କ୍ରୀଡା ସଂଘ ସଂପାଦକ ନଳୀନ କୁମାର ଦାସ, ଜିଲ୍ଲା ତୀରନ୍ଦାଜ ସଂଘ ସମ୍ପାଦକ ଅମୀୟ ଚାନ୍ଦ, ଆୟୋଜକ କମିଟିର ସଭ୍ୟ ରତନ ନାୟର, ଅଚ୍ୟୁତି ସାହୁ, ଭେନ୍ୟୁ ମ୍ୟାନେଜର ରାମକୃଷ୍ଣ ବେହେରା, ଆୟୋଜକ କମିଟିର ଉପାଧ୍ୟକ୍ଷ ରୋ. ରାଜକିଶୋର ବେହେରା, ଜିଲ୍ଲା ତୀରନ୍ଦାଜ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ, ରାଜ୍ୟ ସଂଘ ସମ୍ପାଦକ ସଂପୂର୍ଣ୍ଣାନନ୍ଦ ଦାସ, କୋଷାଧ୍ୟକ୍ଷ ସୌରଜିତ୍ ସିଂ, ଟେକ୍ନିକାଲ୍ ସଭ୍ୟ ବିଶ୍ୱଜିତ୍ ସିଂ ଏବଂ ଜଟାଧାରୀ ରାଉତ ପ୍ରମୁଖ ଜିଲ୍ଲାସଂଘର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ ।