ଢେଙ୍କାନାଳ : ସଦର ଥାନା ଅନ୍ତର୍ଗତ ତାଳବରକୋଟ ପଞ୍ଚାୟତ ସିଆରିଆ ଗ୍ରମର ଦୁଇ ଯୁବକ ଦୀପକ କୁମାର ରାଉଳ (୨୩) ଓ ସୂର୍ଯ୍ୟ କୁମାର ରାଉତ (୨୯) ଗତ ୨୫ ତାରିଖରେ ପାଲଲହଡା ଉପଖଣ୍ଡ ଅନ୍ତର୍ଗତ ଖମାରଠାରେ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
ଏହି ଖବର ପାଇ ସାଂସଦ ମହେଶ ସାହୁ ମୃତ ଦୁଇ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଉକ୍ତ ଯୁବକ ଦୁଇଜଣ “ଆଲେମ୍ବିକ୍” ମେଡିସିନ୍ ର ରିପ୍ରେଜେଂଟେଟିଭ୍ ଭାବେ କାମ କରୁଥିଲେ । ଡାକ୍ତରଙ୍କୁ ସାକ୍ଷାତ କରି ବାଇକ୍ ଯୋଗେ ଫେରିବା ସମୟରେ ଏକ ଯାତ୍ରୀବାହୀ ବସ୍ ପଛ ପାଶ୍ୱର୍ରେ ଦୁର୍ଘଟଣା ଘଟାଇବାରୁ ସେଠାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।
ଏହି ଗସ୍ତ ସମୟରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସାଂସଦ ବିଦ୍ୟାଳୟରେ ୫-ଟି କାର୍ଯ୍ୟ ଓ ଖେଳପଡିଆ ବୁଲି ଦେଖି ଖୁସିପ୍ରକଟ କରିଥିଲେ ଏବଂ ପିଲାମାନଙ୍କୁ ଉତ୍ସାହିତ କରି ଫୁଟ୍ବଲ୍ ଖେଳାଇଲେ ପଡିଆଟି ସୌନ୍ଦର୍ଯ୍ୟ ରହିବା ସହିତ ଅନାବନା ଗଛଲତା ଉଠିବ ନାହିଁ ବୋଲି କହିଥିଲେ ।