ଢେଙ୍କାନାଳ ଆମ୍ବେଦକର ସେବା ସଂଗଠନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା !

ଢ଼େଙ୍କାନାଳ: ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଆନୁକୂଲ୍ୟରେ ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ନାଏକ ଙ୍କ ନେତୃତ୍ୱ ରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଢେଙ୍କାନାଳ ଜିଲ୍ଲାରେ ପୋଲିସ ପ୍ରଶାସନ ଓ ଜ଼ିଲ୍ଲାପ୍ରଶାସନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାନଙ୍କୁ ଅବହେଳା ପ୍ରଦର୍ଶନ କରୁଛନ୍ତି ଓ ଏସସି ଏସଟି ପିଓଏ ଆକ୍ଟ କୁ ଉଲ୍ଲଙ୍ଘନ କରୁଛନ୍ତି। ସ୍ୱତନ୍ତ୍ର ଆଇନ କୁ ପୋଲିସ ନିଜକୁ ଜଜ ଭାବି ଅଭିଯୁକ୍ତ ମାନଙ୍କୁ ବେଲ ଦେଇ ଖସିଯିବାକୁ ସୁଯୋଗ ଦେଉଛି। ଫଳରେ ସଦର ଥାନା କେଶ ନଂ.୬୦୫ ,ତାରିଖ୨୩୵୦୭୵୨୦୨୪ ରେ ରେଜିଷ୍ଟ୍ରସନ କରି ତଦନ୍ତ ନ କରିବାରୁ ଅଭିଯୁକ୍ତ ଲିଟୁ ରାଉତ, ପିତା-ବେଣୁଧର ରାଉତ ନାବାଳିକା କୁ କଟକ ରେ ବିଭିନ୍ନ ଜାଗାରେ ରଖି ବଳପୂର୍ବକ ଶାରୀରିକ ସମ୍ପର୍କ ରଖି ୩ମାସର ଗର୍ଭବତୀ କରିବା ପରେ ଜୀବନରେ ମାରିଦେବାକୁ ଯୋଜନା କରୁଥିବାବେଳେ ନାବାଳିକା ଖସିଯାଇ ଆଠଗଡ ବସ୍ ଷ୍ଟାଣ୍ଡ ରୁ ଯୋଗାଯୋଗ କରିବାରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପୀଡ଼ିତାକୁ ଉଦ୍ଧାର କରି ମାଆ କୁ ହସ୍ତାନ୍ତର କରି ଦେଇଛି। ପୀଡିତାଙ୍କ ମାଆ ଜଣେ ଅନୁସୂଚିତ ଜନଜାତି, ଶବର ଜାତିର ବିଧବା ମହିଳା। ତାଙ୍କର ନାବାଳିକା ଝିଅ ଅନ୍ତଃସତ୍ତା ହୋଇ ବଞ୍ଚିବ , ଝିଅ କାହାର ହେବ, ତାହାର ଭବିଷ୍ୟତ କଣ ହେବ ଏହା ଭାବି ଭାଂଗିପଡିଛନ୍ତୁ। ପୋଲିସ ଏହି କେଶ କୁ ପୋକସୋ ଆକ୍ଟ ଓ ଏସି ଏସଟି ପିଓଏ ଆକ୍ଟ ରେ ରୂପାନ୍ତରିତ ନକରି, ପୀଡିତା ଙ୍କୁ କ୍ଷତିପୂରଣ ନଦେଇ ପୋଲିସ ଅବହେଳା କରୁଛି ଓ ଅଭିଯୁକ୍ତ କୁ ଗିରଫ ନକରିବାରୁ ଅଭିଯୁକ୍ତ ଓ ତାଙ୍କ ପରିବାର ସମ୍ପର୍କୀୟ ଲୋକ ବିଧବା ମାଆ କୁ ଧମକ ଦେଉଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କୁ ଗିରଫ କରିବା ସହିତ ପୀଡିତାଙ୍କୁ ନ୍ୟାୟ, ସୁରକ୍ଷା, କ୍ଷତିପୂରଣ ପାଇଁ ଜିଲ୍ଲା ପାଳ ଓ SP ଙ୍କୁ ଲିଖିତ ଭାବେ ଜଣାଇବାପରେ ମଧ୍ୟ କେହି ନ ଶୁଣିବାରୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ଗନ୍ଦିଆ ଥାନା, ନିହାଲପ୍ରସାଦ ଥାନା, କଣ୍ଟାବଣିଆ ଥାନା, ମୋଟଙ୍ଗା ଥାନା ଅଂଚଳ ରେ ଘଟିଥିବା କେଶ ଗୁଡିକୁ ତୁରନ୍ତ ତଦନ୍ତ କରିବା ପାଇଁ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, DGP ଓଡିଶା କଟକ ଓ SP ଢେଙ୍କାନାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନକଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ତାଲା ପଡିବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି। ଏହି ସଭା ପରିଚାଳନା କରିଥିଲେ ସମ୍ପାଦକ ଚିତ୍ରସେନ ନାଏକ ଓ ଧ୍ରୁବ ଚରଣ ବିଶ୍ୱାଳ, ଅକ୍ଷୟ ମଲ୍ଲିକ, ତ୍ରିଲୋଚନ ନାଏକ, ମଞ୍ଜୁ ସେଠି, ସୁଲୋଚନା ନାଏକ, ରୋହିତ ନାଏକ, ଲଷ୍ମୀଧର ମଲ୍ଲିକ, ଗୋପୀନାଥ ଦେହୁରୀ, ସୁଧାକର ଜେନା, ପ୍ରଦ୍ୟୁମ୍ନ ନାଏକ, ନିବାରଣ ନାଏକ, ଗୌତମ ପ୍ରଧାନ ଆଦି ସହଯୋଗ କରିଥିଲେ।ସମସଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା।

Leave A Reply

Your email address will not be published.

16 − 5 =