କାଇମାଟି ଉଚ୍ଚ ବିଦ୍ୟାଳୟ ସଦର ବ୍ଲକ୍ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ !

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ କାଇମାଟି ଉଚ୍ଚ ବିଦ୍ୟାଳୟ ଠାରେ ସଦର ବ୍ଲକ୍ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ବିଇଓ ବ୍ରହ୍ମାନନ୍ଦ ରାଉତ ଅଧ୍ୟକ୍ଷତା କରିଥିଲୋ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଆମ ସମାଜ ପ୍ରଗତିରେ ବାଧକ ସାଜିଛି । ତେଣୁ କୁନି ବୈଜ୍ଞାନିକମାନେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ସାମାଜିକଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ସେ ପରାମର୍ଶ ଦେଇଥିଲେ । ସଦର ବିଡିଓରାହୁଲ୍ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ \”ବୈଜ୍ଞାନିକ ମାନେ ମଙ୍ଗଳ ଗ୍ରହରେ ଜୀବନର ଅନୁସନ୍ଧାନ କରୁଥିବାବେଳେ ମାନବଜୀବନର ମଙ୍ଗଳ କଥା ଭୁଲିଯାଉଛନ୍ତି । ତେଣୁ ବିଜ୍ଞାନକୁ ଜନକଲ୍ୟାଣ କାର୍ଯ୍ୟରେ ଉପଯୋଗ କରିବାକୁ ସେ ମତବ୍ୟକ୍ତ କରିଥିଲେ ।\’ସମ୍ମାନିତ ଅତିଥି ଭାବେ ଏବିଇଓ ଶତ୍ରୁଘ୍ନ ଖଣ୍ଡା, ଭଗବାନ ବେହେରା ଓ ପ୍ରଧାନଶିକ୍ଷକ ସତ୍ୟବ୍ରତ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନକରିଥିଲେ । ଏହି ଅବସରରେ ସଦର ବ୍ଲକ୍‌ର ୧୭ଟି କ୍ଲଷ୍ଟରରୁ ୭ଟି ବିଷୟବସ୍ତୁ ଉପରେ ୮୯ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ସେଥିମଧ୍ୟରୁ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସଞ୍ଜନା ସାହୁ, ଶଙ୍କରପୁର ଉଚ୍ଚ ବିଦ୍ୟାଳୟ ଛାତ୍ର ଶୃତି ରଞ୍ଜନ ସାହୁ, କାଇମାଟି ଉଚ୍ଚବିଦ୍ୟାଳୟର ଛାତ୍ର ପ୍ରତ୍ୟୁଷ କୁମାର ବେହେରା, ଫକୀର ମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ପ୍ରିୟଦର୍ଶିନୀ ବେହେରା, ରାମଚନ୍ଦ୍ରଉଚ୍ଚ ବିଦ୍ୟାଳୟର ଛାତ୍ରୀ ଇପ୍‌ସିତା ପ୍ରିୟଦର୍ଶିନୀ ନାୟକ, ସିଆରିଆ ଉ.ପ୍ରା. ବିଦ୍ୟାଳୟର ଛାତ୍ର ସାଇପ୍ରସାଦ ବିଷୋଇ ଓ ବନମାଳିପ୍ରସାଦଉ.ପ୍ରା. ବିଦ୍ୟାଳୟର ଛାତ୍ରୀ ସ୍ୱାତୀଶିଖା ଚୌଧୁରୀଙ୍କ ଦ୍ୱାରା ନିର୍ମିତ ପ୍ରକଳ୍ପଗୁଡିକ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହେବା ସହିତଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀକୁ ମନୋନୀତ ହୋଇଛନ୍ତି । ଅପରାହ୍ନରେ ବିଇଓ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଲକ୍ଷ୍ମୀଧର ମହନ୍ତ, ସମ୍ମାନିତ ଅତିଥି ଭାବେ ଏବିଇଓ ଦେବବ୍ରତ ନାଥ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ଯୋଗଦେଇ କୃତୀଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଅଙ୍କରାନ୍ତିପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ ଓ ମୃଦଙ୍ଗା ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁକାନ୍ତ କୁମାର ସାହୁ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡିକର ମୂଲ୍ୟାଙ୍କନ କରିଥିଲେ । କାଇମାଟିଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ଓ ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ରଜନୀକାନ୍ତ ସାହୁ ଓ ସୁବ୍ରତ ସାହୁ କାର୍ଯ୍ୟକ୍ରମସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସୁଶାନ୍ତ ପାଢୀ, ବିକାଶ ଜେନା, ପ୍ରଭାତୀ ବେହେରା, ନୃସିଂହ ପତି,ଅର୍ଜୁନ ନାୟକ, ରସାନନ୍ଦ ମହାରଣା, ମଧୁସୂଦନ ରାଉତ, ବିଚ୍ଛନ୍ଦ ବେହେରା, ବିକ୍ରମ ସେଠୀ, ବିଷ୍ଣୁ ମଲ୍ଲିକ ଓ ସଦର ବ୍ଲକ୍‌ର ସମସ୍ତସିଆର୍‌ସିସି ସହଯୋଗ କରିଥିଲେ ।

Leave A Reply

Your email address will not be published.

ten + twenty =