ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ !

ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରାଙ୍ଗଣ ଶିଶୁ ଦିବସ ପାଳନ ହୋଇଥିଲା l ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବନବିଦ୍ୟାଳୟରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ସଭା ଗୃହକୁ ପ୍ରବେଶ ହୋଇଥିଲା l ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ ଓ ଜବାହରଲାଲ ନେହେରୁଙ୍କ ପ୍ରତିଛବି ନିକଟରେ ପ୍ରଦ୍ବୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟକୁ ଆରମ୍ଭ କରାଯାଇଥିଲା l ଶିଶୁ ଦିବସକୁ ନେଇ ପିଲାମାନେ ନିଜ ନିଜର ବକ୍ତୃତା ପ୍ରଦାନ କରିଥିଲେ l ଏହା ପରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ନିଜର ଅଭିଭାଷଣ ମାଧ୍ୟମରେ ପିଲାମାନଙ୍କୁ ଜବାହରଲାଲ ନେହେରୁଙ୍କ ଜୀବନୀ ଓ ନିତିମୟ ଜୀବନ ସମ୍ପର୍କରେ ବୁଝାଇଥିଲେ l ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଝୋଟି, ରଙ୍ଗୋଲି, ନୃତ୍ୟ ଓ ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା l

Leave A Reply

Your email address will not be published.

seventeen + 7 =