ହିନ୍ଦୋଳ ବନଖଣ୍ଡ ସୀମାକୁ ହାତୀ ଘଉଡାଇବା ନେଇ ମୁହାଁ ମୁହିଁ ଅନୁଗୋଳ ବନବିଭାଗ ଓ ସ୍ଥାନୀୟ ଲୋକେ !

ଢ଼େଙ୍କାନାଳ: ହିନ୍ଦୋଳ ବନଖଣ୍ଡ ସୀମାକୁ ହାତୀ ପଲ୍ ଘଉଡାଇବା ନେଇ ବାଦିବାହାଳ ସ୍ଥାନୀୟ ଗ୍ରାମବାସୀ ଓ ଅନୁଗୋଳ ବନ୍ କର୍ମଚାରୀ ଙ୍କ ଭିତରେ ହୋଇଚି ଯୁକ୍ତିତର୍କ।ସୂଚନା ଅନୁଯାୟୀ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାଦି ବାହାଳ ଗ୍ରାମ ଯାହା ଢେ଼ଙ୍କାନାଳ ଓ ଅନୁଗୁଳ ସୀମା ରେ ରହିଚି।ଗତକାଲି ଅନୁଗୁଳ ଜିଲ୍ଲା ର ବନ କର୍ମଚାରୀ 35 ଟି କିଆ ହାତୀପଲ କୁ ଅନୁଗୁଳ ରୁ ଘଉଡାଇ ଆଣି ଢେ଼ଙ୍କାନାଳ ସୀମାନ୍ତ ରେ ପୁରାଇ ବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଏହା କୁ ପ୍ରତିବାଦ କରିଥିଲେ।ସ୍ଥାନୀୟ ଲୋକ ଙ୍କ ଚାଷ ଉଜୁଡ଼ି ବା ସହିତ ହାତୀପଲ ଗ୍ରାମ ରେ ଘର୍ ଭଙ୍ଗୁ ଥିବାରୁ ଗ୍ରାମ ବାସି ଏହାକୁ ବିରୋଧ କରିଛନ୍ତି।ଗୋଟିଏ ପଟେ ଢେ଼ଙ୍କାନାଳ ଜିଲ୍ଲା ରେ ଥିବା ହାତୀ ପଲ୍ କୁ ଗ୍ରାମବାସୀ ଅନିଦ୍ରା ହୋଇ ରାତି ତମାମ ଜଗୁ ଥିବା ବେଳେ ଅନ୍ୟପଟେ ଅନୁଗୁଳ ହାତୀପଲ ଙ୍କୁ ଘଉଡାଇ ଆଣି ଢେ଼ଙ୍କାନାଳ ଜିଲ୍ଲା ରେ ଭର୍ତ୍ତି କରିବା ନେଇ କିଛି ସମୟ ଉତେଜନା ଦେଖା ଦେଇଥିଲା।ଏପରିକି ଅନୁଗୁକୁ ର ବନ୍ କର୍ମଚାରୀ ହାତୀ ପଲ୍ ଙ୍କୁ ଢେ଼ଙ୍କାନାଳ ଭିତରକୁ ଘଉଡାଇବା ପାଇଁ ବ୍ୟବହାର କରୁଥିବା ରାପିଡ ରେସ୍କୁ ଟିମ୍ ଗାଡ଼ି କୁ ହାତୀ ପଲ୍ ଙ୍କ ପଛ ରେ ପିଟି ପିଟି ହାତୀ ପଲ୍ ଙ୍କୁ ଢେ଼ଙ୍କାନାଳ ସୀମା ରେ ଯୋର୍ ଜବରଦସ୍ତ ଭର୍ତ୍ତି କରୁଥିବା ଘଟଣା ପଦାକୁ ଆସିଛି।ବ୍ୟବହାର କରୁଥିବା ଗାଡ଼ି ରେ ହାତୀପଲ ଙ୍କୁ ପଛରୁ ପିଟି ବା ଅତ୍ୟନ୍ତ ଦୁଃଖଦ ଘଟଣା ଯାହା ସ୍ଥାନୀୟ ଲୋକେ ପ୍ରତିବାଦ କରୁଛନ୍ତି।

Leave A Reply

Your email address will not be published.

14 + thirteen =