ନୂତନ ସୂଚନାକେନ୍ଦ୍ର ଗୃହର ଭୂମିପୂଜନ ହିନ୍ଦୋଳରେ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଥିବା ପୁରୁଣା ସୂଚନାକେନ୍ଦ୍ର ସ୍ଥାନରେ ନୂତନ ଗୃହ ନିର୍ମାଣପାଇଁ ସୋମବାର ଦିନ ଭୂମିପୂଜନ କରାଯାଇଛି। ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ସହଯୋଗରେ ହିନ୍ଦୋଳ ଉପଖଣ୍ଡର ନୂତନ ସୂଚନାକେନ୍ଦ୍ର ଗୃହ ନିର୍ମାଣ ପାଇଁ କମ୍ପାନୀ ୩୦ଲକ୍ଷ ଟଙ୍କା ଅର୍ଥ ମଞ୍ଜୁରୀ କରିଥିଲା। ଏହି ପରିପେକ୍ଷୀରେ ଆଜି ହିନ୍ଦୋଳ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟଅତିଥି,ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡିଶା ସିଏସ୍ଆର୍ ଡ଼ଃ ଅମ୍ବିକାପ୍ରସାଦ ନନ୍ଦ, ତହସିଲଦାର ଦିଲୀପ ସେଠୀ, ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ର ଓ ଉପଖଣ୍ଡ ସୂଚନା ଅଧିକାରୀ ସୂର୍ଯ୍ୟଶଙ୍କର ଦାସ ଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ । ଢେଙ୍କାନାଳ ଟାଟା ଷ୍ଟିଲ କମ୍ପାନୀ ପକ୍ଷରୁ ଜିଲ୍ଲାରେ ଏବଂ ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ, ସାମାଜିକ କାର୍ଯ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସହଯୋଗ ପାଇଁ ଜନସାଧାରଣ ଉଚ୍ଚପ୍ରଶଂସା କରି ସାଧୁବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନାପ୍ରସାରଣ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ସୂର୍ଯ୍ୟଶଙ୍କର ଦାସ ସଂଚାଳନ କରିଥିବାବେଳେ ବିଭାଗୀୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

Leave A Reply

Your email address will not be published.

13 − 6 =