ଗୁରୁଦେବଜୀ ଫାଉଣ୍ଡେସନ ତରଫରୁ ଓଡିଶା ଦିବସ ପାଳିତ !

ଢେଙ୍କାନାଳ : ସହରର ସ୍ଥିତ ମମତା ମଣ୍ଡପ ଠାରେ ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ଓଡିଶା ଦିବସ ଉପଲକ୍ଷେ “ମୁଁ ଓଡିଆ, ମୋ ଭାଷା ବଢିଆ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି ।

ଏହି ଅବସରରେ ଗୁରୁଦେବଜୀ ଏକାଡେମୀର ଛାତ୍ରଛାତ୍ରୀ, ଫାଉଣ୍ଡେସନ୍‌ର ଯୁବ, ମହିଳା ଓ ଢେଙ୍କାନାଳବାସୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କବିତା ଆସର, ବକ୍ତୃତା ଓ ଓଡିଆ ଭାଷାର ପ୍ରଚାରପ୍ରସାର ପାଇଁ ଆଲୋଚନା ଚକ୍ର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ନାଟ୍ୟକାର ତଥା ବ୍ୟଙ୍ଗକବି ଶତୃଘ୍ନ ମାଟି, ବିବି ହାଇସ୍କୁଲ୍‌ର ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ମିଶ୍ର ଓ ନାଟ୍ୟ ନିର୍ଦ୍ଦେଶକ ତଥା ସାମ୍ବାଦିକ ଦିନେଶ ଦାସ ଯୋଗଦେଇ ଓଡିଆ ଭାଷାର ମହତ୍ୱ ଓ ଓଡିଶାର ବୀରତ୍ୱ ଉପରେ ବଖାଣିଥିଲେ ।

ଏହି କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ମାଷ୍ଟର ଇଂ. ସୌମ୍ୟବ୍ରତ ସାହୁ ପରିଚାଳନା କରିବା ସହ ଏହିଭଳି ଆଲୋଚନା ଚକ୍ର ପ୍ରତିମାସରେ ଆୟୋଜନ କରିବା ପାଇଁ ମତପ୍ରକାଶ କରିଥିଲେ । ଏଥିରେ ସଦସ୍ୟସଦସ୍ୟାମାନେ କବିତାପାଠ କରିବା ସଙ୍ଗେ ସଙ୍ଗେ ଉତ୍କଳ ଦିବସ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇଂନ୍ଦ୍ରଜିତ୍ ସାହୁ, ସୁଶ୍ରୀ ଶିବାନୀ ସାମଲ, ସୌମ୍ୟ ମମତା ମିଶ୍ର, ସସ୍ମିତା ଦାସ, ରବିନ୍ଦ୍ର ପରିଡା, ପ୍ରତାପ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆଶୁତୋଷ ପାଢୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

14 − 7 =