ଜିଲ୍ଲାସ୍ତରୀୟ ଜଳ ଓ ପରିମଳ କମିଟି ବୈଠକ : ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ !

ଢେଙ୍କାନାଳା :ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ହଲ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜଳ ଓ ପରିମଳ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପାନୀୟ ଜଳ ଅଭାବ ଯୋଗୁ ଯେପରି କୌଣସି ଠାରେ ଆଇନ ଶୃଙ୍ଖଳା ସମସ୍ୟା ନ ଉପୁଜିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ, ଆରଡବ୍ଲ୍ୟୁଏସଏସର ସୁପରିଟେଣ୍ଡେଣ୍ଟ ଇଂଜିନୟର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳ୍ୟ କୁ ଆସନ୍ତା ଜୁନ ମାସ ସୁଦ୍ଧା ଜଳ ଯୋଗାଣ ସହିତଶୌଚାଳୟର ବ୍ୟବସ୍ଥା କରିବାକୁ କହିଛନ୍ତି ।

ଟ୍ୟୁବ ୱେଲ ଓ କୂଅ ନିର୍ମାଣରେ ସମସ୍ତଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଅଚଳ ଥିବା ସୋଲାର ପାଣି ପମ୍ପ ଗୁଡିକୁ ଯଥାଶୀଘ୍ର ମରାମତି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜମିପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଯେରି କୌଣି ସମସ୍ୟା ନ ଉପୁଜିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ, ତହସିଲଦାରମାନଙ୍କୁ କହିଛନ୍ତି ।

ଜିଲ୍ଲାର ପାଇପ ୱାଟର ସପ୍ଲାଇ କାର୍ଯ୍ୟ ଆସନ୍ତା ୨୦୨୪ ମସିହା ସୁଦ୍ଧା ଶେଷ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଏହି କାର୍ଯ୍ୟ ଯଥେଷ୍ଟ ପୂର୍ବରୁ ଶେଷ କରି ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟରେ ରଖି ବିଭିନ୍ନ ଛକ,ହାଟ, ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରିବାକୁ କହିଛନ୍ତି । ଜିଲ୍ଲାରେ ଅଦ୍ୟାବଧି ପାଇପ ୱାଟର ସପ୍ଲାଇ କାର୍ଯ୍ୟ ୬୨ ପ୍ରତିଶତ ଭାଗ ଶେଷ ହୋଇସାରିଛି ବୋଲି ଆରଡବ୍ଲ୍ୟୁ ଏସଏସର ସୁପରିଂଟେଣ୍ଡେଟ ଇଂଜିନିୟର ସୁରେନ୍ଦ୍ର କୁମାର ବେହେରା ପ୍ରକାଶ କରିଥିଲେ ।

ଜିଲ୍ଲାବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।

ଏହି ସମୀକ୍ଷା ବୈଟକରେ ମେଗା ପାନୀୟ ଜଳ ପ୍ରକଳ୍ର ପ୍ରୋଜେକ୍ଟ ହେଡ, ତହସିଲଦାର ଏବଂ ବିଭିନ୍ନ ବ୍ଲକ ଓ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ , ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

1 × four =