ଭୁବନ ; ପରିସଂଖ୍ୟନ କାର୍ଯ୍ୟାଳୟର ତାଲା ଖୋଲିବ କେବେ ?

ଢ଼େଙ୍କାନାଳ : ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ପରିସଂଖ୍ୟନ କାର୍ଯ୍ୟାଳୟ କୁ ଗତ ବର୍ଷ ଡିସେମ୍ବର ୧୯ ତାରିଖରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଥିଲେ ମଧ୍ୟ ଆରମ୍ଭ ଦିନରୁ ଆଜିଯାଏ ତାହା ବନ୍ଦ ହୋଇ ପଡିରହିଛି ।

ଯାହା ଫଳରେ ତାହା ଏବେ ଭୂତକୋଠିରେ ପରିଣତ ହେବାକୁ ଯାଉଛି । ଏହି କାର୍ଯ୍ୟାଳୟର କାମ କଣ, କର୍ମଚାରୀ କିଏ ? ଜନସାଧାରଣ ତାହା ଜାଣିପାରୁନାହାଁନ୍ତି । ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ବିଲଡିଂ କେଉଁ କାରଣରୁ ବନ୍ଦ ରହିଛି ତାହା ବୁଝାପଡୁନାହିଁ ।

ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିନଦେଲେ ଆଗାମୀ ଦିନରେ କବାଟ,ଝରକା,ଗ୍ରୀଲ ଇତ୍ୟାଦି ଚୋରି ହେବା ସହିତ ଏହି କାର୍ଯ୍ୟାଳୟଟି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହେବାର ସମ୍ଭାବନା ରହିଛି । । ପୂର୍ବରୁ ଭୁବନ ଥାନା ସମ୍ମୁଖ ତଥା ୫୩ ନମ୍ବର ଜାତୀୟ ରାଜପଥ କଡରେ ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ୍ୱ ଦିନ ହେଲା ପରିସଂଖ୍ୟନ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇ ବନ୍ଦ ରହିଥିଲା , ଏବେ ତାହା ଭୂତକୋଠି ପାଲଟିଛି ।

Leave A Reply

Your email address will not be published.

3 × 5 =