ଢେଙ୍କାନାଳ : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୧୦୬ତମ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ନିଶାମୁକ୍ତ ଯୁବବାହିନୀ ପକ୍ଷରୁ ଆୟୋଜିତ ହୋଇଯାଇଛି ।
ସେଥିପାଇଁ ନିଶାମୁକ୍ତ ଯୁବାହିନୀର କର୍ମକର୍ତା ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ମଦମୁକ୍ତି ପ୍ଲାକାର୍ଡ ଧରି ଗୋପବନ୍ଧୁ ଟାଉନ ହଲ୍ ପାଖରୁ ବାଜିଚୌକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ରେ ଢେଙ୍କାନାଳ ମଦମୁକ୍ତି ଯୁବବାହିନୀର ସଭ୍ୟମାନେ ମଦ ବିରୋଧୀ ଶ୍ଲୋଗାନମାନ ଦେଇଥିଲେ ଏବଂ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କଥା ମନେପକାଇ ଶ୍ରୀ ଚୌଧୁରୀଙ୍କର ଗୁଣଗାନ କରିଥିଲେ ।
ଏହାକୁ ଉଦ୍ଘାଟନ କରି ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ଶ୍ରୀ ଚୌଧୁରୀ ଜଣେ ଗାନ୍ଧିବାଦୀ ମଣିଷ ଥିଲେ । ୧୯୨୫ ମସିହାରେ ଗାନ୍ଧିଙ୍କ ଉପଦେଶ ମାନି ଶାନ୍ତିନିକେତନରେ ଅଧ୍ୟାୟନ କରିବାକୁ କହିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଥିଲାବେଳେ ୧୯୫୬ ମସିହାରେ ସଂପୂର୍ଣ୍ଣ ନିଶାନିବାରଣ ଆଇନ୍ ପ୍ରଣୟନ କରିଥିଲେ, ଯାହାକି ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭକରିଥିଲେ । ମୁନ୍ୱକ୍ତା ଭାବେ ଯୋଗଦେଇ ଡ. ପ୍ରମୋଦ କୁମାର ନାୟକ କହିଲେ ଯେ, ଶ୍ରୀ ଚୌଧୁରୀ ଜମିଦାର ପରିବାରରେ ଜନ୍ମି ମଧ୍ୟ ତାଙ୍କ ସମ୍ପତିକୁ ଦେଶକାର୍ଯ୍ୟରେ ଲଗାଇଥିଲେ । ଗାନ୍ଧି ଅଧ୍ୟୟନ କେନ୍ଦ୍ରର ନେତା ସରୋଜ ଶତପଥୀ ସଭାପତିତ୍ୱ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନରଞ୍ଜନ ରାଉତ, ତପନ କୁମାର ରାଉତ, ବିପିନି କୁମାର ବରାଳ, ସଞ୍ଜୟ କୁମାର ମହାନ୍ତି, ଅଭିଜିତ୍ ପାତ୍ର, ପ୍ରଭାକର ସାହୁ ପ୍ରମୁଖ ଶ୍ରୀ ଚୌଧୁରୀଙ୍କ ବହୁ ମୂଲ୍ୟ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ଢେଙ୍କାନାଳ ସହରର ଜନ ସାଧାରଣ ଏହି କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରିଥିଲେ ।