ଓଡ଼ିଶା ପ୍ରଜା ଦଳ ଢେଙ୍କାନାଳ ଜିଲ୍ଲାର ସଭାପତି ହେଲେ ପ୍ରତାପ କୁମାର ପଣ୍ଡା !

ଢେଙ୍କାନାଳ : ଓଡ଼ିଶା ପ୍ରଜା ଦଳର ଢେଙ୍କାନାଳ ଜିଲ୍ଲାର ସଭାପତି ଭାବେ ପ୍ରତାପ କୁମାର ପଣ୍ଡାଙ୍କୁ କରାଯାଇଅଛି ବୋଲି ପ୍ରେସ୍ ରିଲିଜ୍‌ରେ ରାଜ୍ୟ ଆବାହକ ଦିବ୍ୟ ରଞ୍ଜନ ସ୍ୱାଇଁ ଜଣାଇଛନ୍ତି ।

ଜିଲ୍ଲା ତରଫରୁ ତାଙ୍କ ନାମକୁ ଗଣତାନ୍ତ୍ରୀକ ଉପାୟରେ ସମସ୍‌ତ କାର୍ଯ୍ୟକାରୀ ସଦସ୍ୟ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ରାଜ୍ୟ ଆବାହକ ତଥା ମହାସଚିବ ଦିବ୍ୟ ରଞ୍ଜନ ସ୍ୱାଇଁ ସୁପାରିସ୍ କରିଥିଲେ, ଉକ୍ତ ସୁପାରିସକୁ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ରମାକାନ୍‌ତ ପଣ୍ଡା ଅନୁମୋଦନ କରିବା ସହିତ ଜିଲ୍ଲାରେ ସମସ୍ତ ଜାଗାରେ ସଂଗଠନକୁ ମଜଭୁତ୍ କରିବା ସହିତ କାର୍ଯ୍ୟକାରୀ କମିଟି ଗଠନ କରି ମଧୂବାବୁଙ୍କ ବିଚାରକୁ ପ୍ରତି ଘରେ ଘରେ ପହଞ୍ଚଇ ଡିଶା ପ୍ରଜାଦଳକୁ ବୁଥ୍ ସ୍ତରରୁ ସଂଗଠନ ମଜଭୁତ୍ କରିବା ପାଇଁ ଉପଦେଶ ଦେଇଛନ୍ତି ।

Leave A Reply

Your email address will not be published.

10 − six =