ଭୁବନ; ଶନିଶ୍ଚରାୟ ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ପଳାଶ ପିଠିଆ ଗୋଡା ଗ୍ରାମରେ ନୂତନ ମନ୍ଦିର ଓ ଶନିଶ୍ଚରା ୟ ଦେବଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

୫୩ ନମ୍ବର ଜାତୀୟ ରାଜପଥପାର୍ଶ୍ୟରେ ଶଂ ଶନିଶ୍ଚରା ୟ ନମଃ ବିଗ୍ରହ ଗତକାଲୀଠାରୁ ପ୍ରତିଷ୍ଠା ହୋଇଛି । ଗତକାଲୀ ସକାଳୁ ଗ୍ରାମର ମହିଳା ଓ ପୂରୁଷମାନେ ନିକଟରେ ଥିବା ଡମଶାଳ ନାଳରୁ କଳସ ବୁଡାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରଙ୍ଗଣରେ କଳସ ପ୍ରତିଷ୍ଠା କରିଥିଲେ ।

ଏହି ବିଗ୍ରହ ସ୍ଥାପନରେ ମୋଟ ଦେଢ ଶହରୁ ଉର୍ଦ୍ଧ୍ବ କଳସ ସ୍ଥାପନ କରାଯାଇଥିଲା । ଆଜି ଉଜାପନି ଦିବସରେ ହାଜର ହାଜର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା I ଶନିଶ୍ଚରାୟ ଙ୍କ ପ୍ରଶାଦ ସେବନ ପାଈଁ ଅଞ୍ଚଳ ବାସୀଙ୍କ ମନରେ ବେଶ୍ ଉତ୍ସାହ ରହିଛି । ଏହି ବିଗ୍ର, ପଣ୍ଡିତଙ୍କ ବେଦ ମନ୍ତ୍ର ସାଙ୍ଗକୁ ହରିବୋଲ ହୁଳ ହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଦୁଇ ଦିନ ଧରି ହୋଇଥିବା ପ୍ରତିଷ୍ଠା ଉତ୍ସବ ପ୍ରଥମ ଦିନରେ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଦ୍ୱିତୀୟ ଦିନରେ ପ୍ରତିଷ୍ଠା ପୂଜା ଓ ପୂର୍ଣ୍ଣା ହୋତୀ ହୋଇ ଶନିଶ୍ଚର ଠାକୁରଙ୍କୁ ମନ୍ଦିର ପ୍ରବେଶ ହୋଇଥିଲା ।

ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ ହୋଇଥିଲା ।

Leave A Reply

Your email address will not be published.

6 + 13 =