ଭୁବନ ; ପୂର୍ତ୍ତ ବିଭାଗ ମାଳ ବନ୍ଧ ରାସ୍ତାରେ ଭାଙ୍ଗିଲାଣି ସୁରକ୍ଷା ବାଡ଼ : ମରାମତି ଦାବୀ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ୍ – ମାର୍ଥାପୁର – ପଣ୍ଡୁଆ ପୂର୍ତ୍ତ ବିଭାଗ ରାସ୍ତାରେ ନାହିଁ ସୁରକ୍ଷା ବାଡ଼ I

ପୂର୍ତ୍ତ ବିଭାଗ ରାସ୍ତାର ଯମୁନାକୋଟ୍ ମାଳ ବନ୍ଧରେ ସୁରକ୍ଷା ବାଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଲୁଛି I ମାଳବନ୍ଧ ରାସ୍ତାରେ ତଳକୁ ଦଶ ଫୁଟ ଗର୍ତ୍ତ ଥିବା ବେଳେ ବିପଦ ଜନକ ଭାବେ ଯାତାୟାତ କରୁଛନ୍ତି I ସ୍ଥାନେ ସ୍ଥାନେ ସୁରକ୍ଷା ବାଡ଼ ଭାଙ୍ଗି ଯାଇ ଥିବାରୁ ଯେ କୌଣସି ସମୟରେ ଦୁର୍ଘଟଣା ଘଟିପାରେ ନେଇ ଅନୁମାନ କରାଯାଉଛି I ବିଭାଗ ପକ୍ଷରୁ ପ୍ରତି ବର୍ଷ ରାସ୍ତା ପାର୍ଶ୍ୱ ସଫେଇ ସହ ମରାମତି କାର୍ଯ୍ୟ ହେଉଛି I

ଚଳିତବର୍ଷ ମରାମତି କାର୍ଯ୍ୟ ହେଉଥିବା ବେଳେ ଭାଙ୍ଗି ଯାଇଥିବା ସୁରକ୍ଷା ବାଡ଼ କୁ ମରାମତି ହେଉନଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି I ପୂର୍ତ୍ତ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ସୁରକ୍ଷା ବାଡ଼ କୁ ମରାମତି କରିବା ପାଇଁ ଦାବି ହେଉଛି I

Leave A Reply

Your email address will not be published.

sixteen − 3 =