ଢ଼େଙ୍କାନାଳ : ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ପଡିଆରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଆନ୍ତଃ ମହାବିଦ୍ୟାଳୟ ଖୋ – ଖୋ ପ୍ରତିଯୋଗିତା ରେ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ଚାରିଛକ, ପୁରୀ କୁ ୧୪-୧୧ ରେ ହରାଇ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଚାମ୍ପିଅନ ହୋଇଛି ।
ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ସମ୍ମାନୀତ ଅତିଥି ଭାବେ ଦେବବ୍ରତ ପୃଷ୍ଟି, ଭୁବନ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ଯୋଗଦେଇ ବିଜୟୀ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ କ୍ରୀଡା ଶିକ୍ଷୟିତ୍ରୀ କୁନମୁନ ବେହେରା , ରାଣୀ ସୁକଦେଇ ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷକ ନିରଞ୍ଜନ ସାହୁ , ଯାଜପୁରରୋଡ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷକ ଅଶୋକ ଦାସ , ବିରଜା ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷକ ପ୍ରକାଶ ଲାଲ , ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ କାଦମ୍ବିନୀ ସାମନ୍ତରାୟ , ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ସାଧନା ପ୍ରଧାନ , ନିମାପଡା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ସୁଭ୍ରାଂଶୁବାଳା ପ୍ରଧାନ, ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ପାର୍ବତୀ ପରିଡା , ଭୁବନ ମହିଳା ମହାବିଦ୍ୟାଳୟ ଖେଳ ଶିକ୍ଷକ ଗଦାଧର ସାହୁ ଖେଳ ପରିଚାଳନା କରିଥିଲେ ।
ରେଫରି ଭାବେ ସୁବ୍ରତ ମିଶ୍ର , ଅନିଲ ପ୍ରସାଦ ନନ୍ଦ , ଜୀବନଜ୍ୟୋତି ବିଶ୍ୱାଳ , ଉମାକାନ୍ତ ଦାସ , ପ୍ରହଲ୍ଲାଦ ସାହୁ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟ କରିଥିଲେ । ଭୁବନ ମହିଳା ମହାବିଦ୍ୟାଳୟ ଖୋ-ଖୋ ଟିମ ମ୍ୟାନେଜର ଅଧ୍ୟାପକ ମ୍ୟାନେଜର ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ପରିଚାଳନା କରିଥରବା ବେଳେ ଅଧ୍ୟାପିକା ମମତା ପାତ୍ର , ଅନୁପମା ମିଶ୍ର, ସୁପ୍ତିମୟୀ ସେନ , ଅଧ୍ୟାପକ ନିରଞ୍ଜନ ନାୟକ , କର୍ମଚାରୀ ଶାନ୍ତନୁ ଦାଶ , କୈଳାସ ପାତ୍ର , ଶୁଭମ ବେହେରା , ପ୍ରମିଳା ଦାସ ,ପ୍ରଣତି ବେହେରା ,କିରଣବାଳା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଇଁ ଏକ ଖୋ-ଖୋ ଟିମ ଚୟନ କରାଯାଇଥିଲା ।