ଢେଙ୍କାନାଳ: ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମୀକ୍ଷା ବୈଠକ ସ୍ଥାନୀୟ ଗ୍ଲୋବାଲ ତଡକା ହୋଟେଲର କନଫରେନ୍ସ ହଲରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ l ପ୍ରଥମେ ପାର୍ଟିର ରାଜ୍ୟ ଆବାହକ ଶ୍ରୀ ମହାପାତ୍ରଙ୍କୁ କଲେଜ ବାଇପାସ୍ ଠାରୁ ହୋଟେଲ ପର୍ଯ୍ୟନ୍ତ ଏକ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ବାଗତ କରାଯାଇଥିଲା।
ଏହି ବୈଠକରେ ଶ୍ରୀ ମହାପାତ୍ର କହିଥିଲେ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପ୍ରତିନିଧି, ଜିଲ୍ଲା ମହିଳା କାର୍ଯ୍ୟକର୍ତ୍ତା ଏବଂ ଯୁବ ସଂଗଠକ ମାନଙ୍କ ସହିତ ଅଲଗା ଅଲଗା ସମୀକ୍ଷା ବୈଠକ କରିଥିଲେ।
ଏହି କ୍ରମରେ ସାଧାରଣ ସମୀକ୍ଷା ବୈଠକକୁ ପ୍ରଦୀପ ପ୍ରଜ୍ଜ୍ୱଳନ, ସହିଦ୍ ବାଜିରାଉତଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ରାଷ୍ଟ୍ରୀୟ ସଙ୍ଗିତ ଗାଇବା ସହିତ ବୈଠକକୁ ସଂମ୍ବୋଧନ କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ ରାଜ୍ୟ, ଜିଲ୍ଲା, ବ୍ଲକ, ପଞ୍ଚାୟତ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଛି l ମାତ୍ର ଏହା ଅଧାରୁ ଅଧିକ ବାଟମାରଣା ହେଉଛି। ଦିଲ୍ଲୀର ଆପ୍ ସରକାଙ୍କର ଉଦାହରଣ ଦେଇ କହିଥିଲେ ସାଧାରଣ ଜନତାଙ୍କ ଟାକ୍ସ ପଇସା ଚୋରମାନଙ୍କ ହାତରେ ବରବାଦ୍ ହେବା ରୋକାଯାଇ ଲୋକଙ୍କ ହିତରେ ଖର୍ଚ୍ଚ କରାଯାଉଛି। ସେହିପରି ଓଡ଼ିଶାରେ ମଧ୍ୟ ଏହି ଲିକ୍ ବା ଚୋରିକୁ ରୋକାଯାଇ ପାରିବ। ସେଥିପାଇଁ ଆମ୍ ଆଦମୀ ପାର୍ଟି ଜନ୍ମ ନେଇଛି। ସଚ୍ଚୋଟ ଏବଂ ଶିକ୍ଷିତ ଲୋକମାନେ ରାଜନୀତିକୁ ଆସିବା ଉଚିତ। ଓଡ଼ିଶାରୁ ବାଲି ଚୋରି, ଖଣି ଚୋରି, ପାଣି ଚୋରି ଇତ୍ୟାଦି ହେଉଛି।
ଯଦି ଏହି ଚୋରିକୁ ବନ୍ଦ କରାଯାଏ ତେବେ ଓଡ଼ିଶାର ବଜେଟ ଚାରି ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇପାରିବ। ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲା କାର୍ଯ୍ୟକାରିଣୀକୁ ଦାୟିତ୍ଵ ପ୍ରଦାନ କରିଥିଲେ। ଏହା ପରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ନୂତନ ସାଥି ମାନଙ୍କୁ ଉତ୍ତରୀୟ ଦେଇ ସଦସ୍ୟତା ପ୍ରଦାନ କରିଥିଲେ। କାର୍ଯ୍ୟକର୍ତ୍ତା ମାନଙ୍କ ଉତ୍ସାହକୁ ସମ୍ମାନ ଦେଇ ଶ୍ରୀ ମହାପାତ୍ର ଖବରଦାତା ସମ୍ମିଳନୀରେ କହିଥିଲେଯେ ଢେଙ୍କାନାଳରୁ ନିଶ୍ଚିତ ଭାବରେ ବିଧାନସଭା ପାଇଁ ଖାତା ଖୋଲିବ। ଆସନ୍ତା ଡ଼ିସେମ୍ବର ମାସରେ ମହିଳା ଏବଂ ଯୁବଗୋଷ୍ଠୀ ମାନଙ୍କର ଜିଲ୍ଲା ସମ୍ମିଳନୀ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ବୈଠକକୁ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସଞ୍ଚାଳନ କରିବା ସହ ଗତ ଛ’ ମାସର ସାଂଗଠନିକ ତଥ୍ୟ ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ମହାନ୍ତି ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରିଥିଲେ। ଏହି ବୈଠକରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ମହାଭୋଇ ଓ ବିକ୍ରମ ରାଉତ, ଯୁଗ୍ମ ସମ୍ପାଦକ ଇଂ ପିତାମ୍ବର ଦାସ, ଜିଲ୍ଲା କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଗିରି, ପର୍ଜଙ୍ଗ ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରକାଶ ବିଶ୍ବାଳ, ସଦର ବ୍ଲକ କାର୍ଯ୍ୟକାରୀ ସଭାପତି ରାଜକୁମାର ପ୍ରଧାନ, ଓଡ଼ାପଡ଼ାର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ନାଏକ, ଗଁଦିଆ ବ୍ଲକ କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ସ୍ବାଇଁ, ଭୁବନ ବ୍ଲକ କାର୍ଯ୍ୟକାରୀ ସଭାପତି ସଞ୍ଜୟ ମହାରଣା ଓ କାମାକ୍ଷାନଗର ବ୍ଲକ କାର୍ଯକାରୀ ସଭାପତି ରଞ୍ଜନ ସାହୁ ଯୋଗ ଦେଇଥିଲେ।
ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ମଧ୍ୟରେ ଯୁବ ଉପସଭାପତି ବିଭୁତି ପ୍ରଧାନ, ସିତେଶ ପ୍ରଧାନ, ବିଭୁ ପ୍ରସାଦ ମହାନ୍ତି, ସନ୍ଦିପ ଶତପଥୀ, ଦେବାଶିଷ ବେହେରା,ରୁବି ଦେହୁରୀ, ଲକ୍ଷ୍ମୀ ପ୍ରିୟା ଦେହୁରୀ, ବ୍ରହ୍ମାନନ୍ଦ ନାୟକ, ସତ୍ଯରେଖା ମହାନ୍ତି, ସୁଧାକର ରାଉତ, ଚିନ୍ତାମଣି ମହାନ୍ତି, ପୁଷ୍ପଲତା ଅମାନ୍ତ, ରିଜକିଶୋର ଓଝା, ନିତ୍ୟାନନ୍ଦ ପଣ୍ଡା, ବିଦ୍ୟୁତ ରଞ୍ଜନ ନାୟକ, ନରେନ୍ଦ୍ର ମହାନ୍ତି, ସନାତନ ନାଏକ, ଅଶ୍ବୀନ ପଟ୍ଟନାୟକ, ବିଭୁ ରଞ୍ଜନ ସାହୁ, ଶୁଭମ ପତି, ଜନରଞ୍ଜନ ରାଉତ, ରତିକାନ୍ତ ନନ୍ଦ ଓ ଚିନ୍ମୟ ସେନାପତି ବ୍ୟତୀତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପରିଶେଷରେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।