ଢେଙ୍କାନାଳ ରେ ପ୍ରଥମ ମୁକ୍ତାକାଶ କବିତା ଆସର !

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ଢେଙ୍କାନାଳ ରେ ପ୍ରଥମ ମୁକ୍ତାକାଶ କବିତା ଆସର ବଳରାମ ସନ୍ନିକଟ ବ୍ରଜନାଥ ପାର୍କ ଠାରେ ଚରୈବେତି ର ପ୍ରମୁଖ ସାହିତ୍ୟିକ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।

କବି ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ ଏବଂ କବି ଦେବ ପ୍ରସାଦ ସାହୁ ଙ୍କ ମିଳିତ ସଂଯୋଜନା ରେ ଢେଙ୍କାନାଳ, ହିନ୍ଦୋଳ, ନରସିଂହପୁର ଆଦି ଅଞ୍ଚଳ ରୁ ବହୁ କବି କବୟିତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଆସର ର ଦ୍ଵିତୀୟ ପର୍ଯ୍ୟାୟ ରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡଃ ପୁଷ୍ପଲତା ରଥ ମହୋଦୟା ଯୋଗଦେଇ ସମର କବି ବ୍ରଜନାଥ ଙ୍କ ସାରସ୍ୱତ ପ୍ରତିଭା ଗୁଡିକୁ ବିସ୍ତାରିତ ଭାବେ ଆଲୋଚନା କରିବା ସହିତ କବି ଙ୍କ ସୃଷ୍ଟି ସମ୍ଭାରରେ ବ୍ୟବହୃତ ହୋଇଥିବା ଅନେକ ଶବ୍ଦ ମାନଙ୍କୁ ପରିଚିତ କରେଇବା ସହିତ ଆଜି ର ସାହିତ୍ୟ ସ୍ରଷ୍ଟା ମାନେ ପରବର୍ତ୍ତୀ ପିଢ଼ି ପାଇଁ ଉପକାର ରେ ଆସିବା ଭଳି ସାହିତ୍ୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ

ଡଃ ରଥ ମହୋଦୟା ଢେଙ୍କାନାଳ ଥିଙ୍କର୍ସ ଫୋରମ ର ବିଭିନ୍ନ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଂଶସା କରିବା ସହିତ ଫୋରମ ର ସମସ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିବା ପାଇଁ ସ୍ୱୀକୃତି ଦେଇଥିଲେ ।କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ସାହିତ୍ୟ ପ୍ରାଣ ଏବଂ ଅତିଥି ମାନଂକୁ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଦ୍ବିବେଦୀ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମ ଟିକୁ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ,,ବରିଷ୍ଠ ସଦସ୍ୟ ବିନୋଦ ମଲ୍ଲିକ, ବିଶ୍ୱଜିତ ବରାଳ, ଅବିନାଶ ପଟ୍ଟନାୟକ ବିଭୁ ଦ୍ବିବେଦୀ, ଅଂଶୁମାନ ପଟ୍ଟନାୟକ, ଉରଜିତ ଶତପଥି, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିଶ୍ଵପ୍ରଜ୍ଞା ଷଡ଼ଙ୍ଗୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

two × two =