ଭୁବନ ମହିଳା ମହାବିଦ୍ୟାଳୟ ରେ ଆନ୍ତଃ ମହାବିଦ୍ୟାଳୟ ଖୋ- ଖୋ ଅନୁଷ୍ଠିତ !

ଢ଼େଙ୍କାନାଳ: ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ପଡିଆରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆନ୍ତଃ ମହାବିଦ୍ୟାଳୟ ଖୋ – ଖୋ ପ୍ରତିଯୋଗିତା ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ସୁସ୍ଥ ଶରୀର ଏବଂ ସୁସ୍ଥ ସମାଜ ଗଠନ ପାଇଁ ଖେଳକୁଦର ଆବଶ୍ୟକତା ରହିଛି । ଉନ୍ନତ କ୍ରୀଡାବିତ ଚୟନ ପାଇଁ ପ୍ରତିଯୋଗିତା ହିଁ ମାଧ୍ୟମ , ଖେଳରେ ହାର ଜିତ ଥାଏ ,ଜଣେ ଜିତିଲେ, ଆଉ ଜଣେ ହାରିବ ସେଥିପାଇଁ ଆଦୌ ବିଚଳିତ ହେବା କଥା ନୁହେଁ ବୋଲି ସାଂସଦ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ସାଂସଦଙ୍କ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର , ଦେବବ୍ରତ ପୃଷ୍ଟି ,ଏବିଭିପି କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଆପାଂଶୁ ଶେଖର ସିଲ ,ପ୍ରାନ୍ତ ସଂଗଠନ ସଂପାଦକ ବୈଲୋଚନ ସାହୁ ,ପର୍ଜଙ୍ଗ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ସନାତନ ସାମଲ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଂଜନ ପ୍ରଧାନ , ଭୁବନ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ପ୍ରମୁଖ ଯୋଗଦେଇଥିଲେ ।

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ସହବନ୍ଧିତ ୧୨ ଟି ମହିଳା ମହାବିଦ୍ୟାଳୟର ଖୋ- ଖୋ ଦଳ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତା କାଲି ଭୁବନ ମହିଳା ମହାବିଦ୍ୟାଳୟ ଓ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । କ୍ରୀଡା ଶିକ୍ଷକ ଗଦାଧର ସାହୁ ଓ ମ୍ୟାନେଜର ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.

eighteen − six =