କ୍ରେନ ଅପରେଟର ଉପରକୁ ଗୁଳି ମାଡ !

ଢେଙ୍କାନାଳ : କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାରେ ଡ୍ୟୁଟି ସାରି ଫେରିବା ବାଟରେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଦୁର୍ବୃତ୍ତ ଗୁଳି ଚାଳନା କରିଥିଲା ଫଳରେ ଗୁଳିଟି ତାଙ୍କ ମୁଣ୍ଡରେ ବାଜି ଥିଲା । 

ଗୁରୁତର ଅବସ୍ଥାରେ ଯୁବକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ରବି କୁମାର। ରବି କୁମାର ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀରେ ଜନୈକ କ୍ରେନ ଅପରେଟର ଭାବେ କାମ କରନ୍ତି।

ସୂଚନା ମୁତାବକ ଦିନ ପ୍ରାୟ ୧୨ଟା ସମୟରେ ରବି କୁମାର କମ୍ପାନୀରୁ କାମ ସାରି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ତାଳବାହାଳୀ ରାସ୍ତାରେ ଚାଲି ଚାଲି ଘରକୁ ଯାଉଥିଲେ। ଏହି ସମୟରେ କେହି ଦୁବୃର୍ତ୍ତ ରବି କୁମାରଙ୍କ ମୁଣ୍ଡକୁ ଗୁଳି ଚଳାଇ ଚମ୍ପଟ ମାରିଥିଲେ।  ଗୁଳିମାଡ଼ ପରେ ସେ  ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କିଏ ଓ କାହିଁକି ରବି କୁମାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ କଲା ତାହା ସ୍ପଷ୍ଟ ହୋଇନାହିଁ । କଣ୍ଟାବଣିଆ ଥାନା ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.

15 + sixteen =