ମହିଳା ଚାଲାଣ ଅଭିଯୋଗ ଆଣିଲା ଜିଲ୍ଲା ମହିଳା କଂଗ୍ରେସ !


ଢେଙ୍କାନାଳ : ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ୱରେ ଜିଲ୍ଲା ମହିଳା କଂଗ୍ରେସ୍‌ର ଏକ କମିଟି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଢେଙ୍କାନାଳରୁ ମହିଳା ଚାଲାଣ ହୋଇଥିବାର ଅଭିଯୋଗ ଆଣିଥିଲେ ।

ଢେଙ୍କାନାଳ ସଦର ବ୍ଲକ୍ ଯମୁନା ଷଣ୍ଢଙ୍କର ଝିଅ ଓ ଝିଆରୀ ରେଖା ଷଣ୍ଢ ଏବଂ ଜୟନ୍ତୀ ଷଣ୍ଢଙ୍କୁ ୫ବର୍ଷ ତଳେ ମଧ୍ୟପ୍ରଦେଶ ଚାଲାଣ କରାଯାଇଥିଲା । ସେହି ଦୁଇଜଣ ମହିଳା ମଧ୍ୟପ୍ରଦେଶର ଖତରି ଗ୍ରାମର ବାସୁଆ ଭ୍ରମରୀ ବଜାରର ଥାନା ସାଗର ଠାରେ ରହିଛନ୍ତି ବୋଲି ମାଆ ଯମୁନା ଷଣ୍ଢଙ୍କୁ ଫୋନ୍‌ଯୋଗେ ଜଣାଇଛନ୍ତି ।

ଉପରୋକ୍ତ ଠିକଣାର ସୁରେଶ ଯାଦବ ଓ ମୁକେଶ ଯାଦବ ନାମକ ଦୁଇ ଅପରାଧି ଏହି ନିରିହ ମହିଳା ଦୁଇଜଣଙ୍କୁ ରଖି ଅକଥନୀୟ ନିର୍ଯ୍ୟାତନା ଦେଉଛନ୍ତି । ଶାରୀରିକ ଆଘାତ କରିବା ସହ ଯୌନ ନିର୍ଯ୍ୟାତନ ମଧ୍ୟ ଦେଉଛନ୍ତି । ସେଠାରେ ଦୁଇ ମହିଳା ଅତି କଷ୍ଟରେ ବହୁ ଉଦ୍ୟମ କଲେ ମଧ୍ୟ ବିଫଳ ହେଉଛନ୍ତି । ସମସ୍ତ ଘଟଣା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟିକୁ ମହିଳା କଂଗ୍ରେସ୍ ଆଣିଛି । ତୁରନ୍ତ ଏ ବାବଦରେ ଦ୍ରୁତ ପଦକ୍ଷେପ ନେବେ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଛନ୍ତି ।

ଏଭଳି ଆଉ କେତେକ ଘଟଣା ଖବର ସଂଗ୍ରହ କରାଯାଇଛି ଏବଂ ତୁରନ୍ତ ଏ ବାବଦରେ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟିକୁ ଅଣାଯିବ । ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ମହିଳା ଚାଲାଣ ଘଟଣା ମଧ୍ୟ ଦୃଷ୍ଟିକୁ ଆସିଛି । ଏସବୁ ଘଟଣା ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟିକୁ ଅଣାଯିବ ଏବଂ ଚାଲାଣ ହୋଇଥିବା ମହିଳାମାନଙ୍କୁ ଉଦ୍ଧାର କରାଯିବ । ଏଥିରେ ଜିଲ୍ଲା ମହିଳା କଂଗ୍ରେସ  କମିଟିର ସଭାନେତ୍ରୀ ସ୍ମିତାରାଣୀ ସାମଲ, ଶିଳ୍ପିଶ୍ରୀ ହରିଚନ୍ଦନ, ରୋମିନ୍ ବେଗମ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen + 6 =