ସରସ୍ୱତୀ ଶିଶୁ ମନ୍ଦିରରେ ଜିଲ୍ଲା ଘୋଷ ସଞ୍ଚଳନ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିନିଆ ଜିଲ୍ଲା ଘୋଷ ସଞ୍ଚଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ କୃଷକ ବିକାଶ ପରିଷଦ ସଭାପତି ତଥା ବରିଷ୍ଠ ସ୍ୱୟଂ ସେବକ ସୁରେନ୍ଦ୍ର କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ବିଭାଗ ସାମାଜିକ ସଦଭାବନା ଦାୟିତ୍ୱ ନିର୍ବାହ କରୁଥିବା ପବିତ୍ର ମୋହନ ଦାସ ଯୋଗଦେଇ ଶିଶୁ ମନ୍ଦିର ପୃଷ୍ଠଭୂମି ଉପରେ ଘୋଷର ଆବଶ୍ୟକତା ସଂପର୍କରେ ମାର୍ଗଦର୍ଶନ କରିଥିଲେ ।

ଢେଙ୍କାନାଳ ବିଭାଗ ନିରୀକ୍ଷକ ସୁଶାନ୍ତ ପାଣିଗ୍ରାହୀ , ଜିଲ୍ଲା ପ୍ରମୁଖ ନିର୍ମଳ କୁମାର ସେନାପତି , ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଜଗବନ୍ଧୁ ବିହାରୀ ,ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ଇନ୍ଦୁଲତା ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ କାମାକ୍ଷାନଗର ଶିଶୁ ମନ୍ଦିର ବରିଷ୍ଠ ଆଚାର୍ଯ୍ୟ ପ୍ୟାରୀ ମୋହନ ଦାଶ , ଢେଙ୍କାନାଳ ଆଚାର୍ଯ୍ୟ ଈଶ୍ୱର କୁମାର ବ୍ରହ୍ମ ପରିଚାଳନା କରିଥିଲେ ।

ଭୁବନ ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟା ଓ ଭୁବନ ମଣ୍ଡଳର ସମସ୍ତ ସ୍ୱୟଂ ସେବକ ଭାଇ ମାନେ ଏହି ସଚଳନ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । 

Leave A Reply

Your email address will not be published.

5 × four =