ଓଡିଶା ବ୍ଯାଡମିନ୍ଟନ ଚାମ୍ପିୟନ ସିପ୍ ଉଦଘାଟିତ !

ଢେଙ୍କାନାଳ : ଇଣ୍ଡୋର ଷ୍ଟାଡିୟମ ଠାରେ ଏକ ଦିବସୀୟ ବାଳକ ବିଭାଗ ଡବଲ ବ୍ଯାଡମିନ୍ଟନ ଚାମ୍ପିୟନ ସିପ୍ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଁଦିଆ ବି. ଡି. ଓ. ଆଶିଶ ରଞ୍ଜନ ସାହୁ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ଓକିଲ ସଂଘ ସଭାପତି ଶିବ ସାଇ ମହାପାତ୍ର ଯୋଗଦେଇ ଥିଲେ । ଅତିଥି ମାନେ ଜିଲ୍ଲା ରେ ଏହି ଖେଳ ପ୍ରତି କିଭଳି ପୂର୍ବରୁ ଭିତ୍ତିଭୂମି ର ବିକାଶ ନଥିଲା ତାହା ବର୍ଣ୍ଣନା କରିଥିଲେ । ପର୍ଯ୍ୟାୟକ୍ରମେ ଏହାର ବିକାଶ ହୋଇ ଖେଳାଳୀ ମାନେ ଜିଲ୍ଲା ତଥା ରାଜ୍ଯ ରେ ଖେଳି ସୁନାମ ଅର୍ଜନ କରିଥିବା ପ୍ରକାଶ କରିଥିଲେ । ଖେଳାଳୀ ମାନେ ପାଠ ପଢିବା ସହ ସମୟ ବାହାର କରି ବ୍ଯାଡମିନ୍ଟନ ଖେଳି ଅନ୍ୟ ମାନକୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୟାସ କରିବାକୁ କହିଥିଲେ ।

ଏହି ଏକଦିବସୀୟ ମ୍ୟାଚ ରେ ଦେବଦୂତ ବିଶ୍ଵାଳ, ଆକର୍ଷଣ ପଟ୍ଟନାୟକ ଙ୍କ ଯୋଡି ଚାମ୍ପିୟନ ହୋଇଥିବା ବେଳେ ବ୍ରିଜେଶ ମିଶ୍ର, ବିଶ୍ୱଜିତ୍ ସାହୁ ଙ୍କ ଯୋଡି ରନର୍ସଅପ୍ ହୋଇଥିଲେ । ଅତିଥି ମାନେ ଖେଳାଳିଙ୍କୁ ଟ୍ରଫି ସହ ସାର୍ଟିଫିକେଟ୍ ଓ ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବ୍ଯାଡମିନ୍ଟନ ସଙ୍ଘ ର ସଭାପତି ମଳୟ କୁମାର ପଟ୍ଟନାୟକ ଏବଂ ସମ୍ପାଦକ ଟଙ୍କଧର ବେହେରା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

15 − 2 =