ଧର୍ମ ପରାୟଣ ବ୍ୟକ୍ତି ବାସୁଦେବ ସାହୁ ଙ୍କ ପରଲୋକ : ସାଂସଦ ଙ୍କ ଶୋକ !

ଢ଼େଙ୍କାନାଳ : ଭୁବନ ଏନଏସି ଅନ୍ତର୍ଗତ ୭ ନମ୍ବର ୱାର୍ଡ ବଡହାଟ ବାସିନ୍ଦା ବାସୁଦେବ ସାହୁ ଙ୍କର ମଧ୍ୟ ରାତ୍ରରେ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ତନି ପୁତ୍ର, ବୋହୁ , ନାତି ନାତୁଣୀ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଶବ ଶୋଭାଯାତ୍ରାରେ ନଗରପାଳ ଶୁୁଭେନ୍ଦୁ କୁମାର ସାହୁ ,ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସମେତ ଶତାଧିକ ବ୍ୟକ୍ତି ସାମିଲ ହୋଇ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ ।

ଏ ସଂପର୍କରେ ଖବର ପାଇ ଢେଙ୍କାନାଳ ସାଂସଦ ମହେଶ ସାହୁ ,୬ ନମ୍ବର ୱାର୍ଡ କାଉନସିଲର ସୁଶାନ୍ତ ନାୟକ (ଦୁମୁଲି) , ୯ ନମ୍ବର ୱାର୍ଡ କାଉନସିଲର ପପୁ କୁମାର ସାହୁ. ବରିଷ୍ଠ ବିଜେଡି ନେତା ନରେନ୍ଦ୍ର କୁମାର ସାହୁ , ବିଶ୍ୱଜିତ ବାରିକ , ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ସ୍ୱର୍ଗତ ବାସୁଦେବ ସାହୁ ଜଣେ ଧର୍ମ ପରାୟଣ , ପରୋପକାରୀ , ମେଳାପି , ସ୍ନେହୀ ବ୍ୟକ୍ତି ହୋଇଥିବାରୁ ସବୁଦିନ ପାଇଁ ଅଂଚଳବାସୀ ତାଙ୍କୁ ମନେରଖିବେ ବୋଲି ସାଂସଦ ମହେଶ ସାହୁ ଶୋକବ୍ୟକ୍ତ କରି କହିଥିଲେ ।

Leave A Reply

Your email address will not be published.

17 − seven =