ଷ୍ଟୋନ କ୍ରସର କୁ ବିରୋଧ କରି  ଦାବୀ ପତ୍ର ପ୍ରଦାନ  !

ଢେଙ୍କାନାଳ : ଗନ୍ଦିଆ ବ୍ଲକ ନିହାଲପ୍ରସାଦ ଗ୍ରାମପଞ୍ଚାୟତ ର କଷ୍ଟିପାଳ ଗ୍ରାମ ଓ ବେଗା ରାଜସ୍ୱ. ଗ୍ରାମର ଶ୍ରୀମନ୍ତ ପୁର ଗ୍ରାମର ଲୋକମାନେ ଆଜି ଜିଲ୍ଲାପାଳ ଅଫିସ କୁ ଆସି ସେହି କଷ୍ଟିପାଳ ଗ୍ରାମରେ ହେବାକୁ ଥିବା ଷ୍ଟୋନ କ୍ରସର କୁ ବିରୋଧ କରି ବା ସହ ସେଠାରେ କ୍ରସର ନ ‘ କରିବାକୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଗ୍ରାମବାସୀ ମାନଙ୍କ କହିବା କଥା  ଜଗବନ୍ଧୁ ଏଣ୍ଟରପ୍ରାଇଜ. ନାମକ  ଏକ ଘରୋଇ ସଂସ୍ଥା ସ୍ଥାନୀୟ ରାଜନେତା ଓ କିଛି ଅସାଧୁ ସରକାରୀ ଲୋକଙ୍କୁ ହାତ କରି ଗ୍ରାମବାସୀଙ୍କ ବିରୋଧ ସତ୍ୱେ କ୍ରସର ଖୋଲୁଅଛି । ଏବଂ ପଥର ବ୍ଲାଷ୍ଟିଙ୍ଗ କରୁଛି ଯାହା ଫଳରେ ସେମାନଙ୍କର ଘର କାନ୍ଥ ଗୁଡିକ ଫାଟିଯିବା ସହିତ ଧୂଳି ପଡି ପାଣି ଗୁଡିକ ପିଇବା ଯୋଗ୍ୟ ହେଉନାହିଁ ଯାହାଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଯଦି ଗ୍ରାମବାସୀ ମାନଙ୍କର ଏହି ଦାବୀ ଗୁଡିକ ପୂରଣ କରା ନଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ଗ୍ରାମବାସୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରି ଏହା ଉପରେ ଜିଲ୍ଲପାଳ ଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଏହି ଦାବୀ ପତ୍ର ଦେବ ବେଳେ ସମାଜସେବୀ ରାମଚନ୍ଦ୍ର ପାତ୍ର, ବେଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ଙ୍କ ସହିତ ସେହି ଅଞ୍ଚଳର ନେତୃବୃନ୍ଦ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

19 + 13 =