ଆପ୍ ରାଜ୍ୟ ମହିଳା ସମାବେଶରେ ଜିଲ୍ଲା ମହିଳା ଶାଖାର ଯୋଗଦାନ !

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ରାଜ୍ୟ ମହିଳା ସମାବେଶ  ଭୁବନେଶ୍ୱର ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । 

ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ଚାରୋଟି ଯାକ ନିର୍ବାଚନ ମଣ୍ଡଳୀରୁ  ଜିଲ୍ଲା ସମ୍ପାଦିକା ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ବାରିକ, ପୂର୍ବତନ ସରପଞ୍ଚ ପୁଷ୍ପଲତା ଅମାତ ଓ ନିରୁପମା ରାଉତ, ୱାର୍ଡ ସଭ୍ୟା ରମାମଣି ସେଠୀ, ସଦସ୍ୟା ରୁବି ଦେହୁରୀ, ସ୍ଵାତିଶ୍ରୀ ପ୍ରିୟଦର୍ଶିନୀ, ମିତା ସାହୁ, ଦିପ୍ତୀ ବେହେରା, ଲଷ୍ମୀପ୍ରିୟା ଦେହୁରୀ, ପ୍ରମିଳା ଦେହୁରୀ, ବିଳାସ ନାୟକ ସୁଚିତ୍ରା ନାୟକ ପ୍ରମୁଖ ମହିଳା କର୍ମକର୍ତ୍ତା ମାନେ ଏହି ସମାବେଶରେ ଯୋଗଦେଇଥିଲେ ।

ଏହିକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ସଦସ୍ୟ ନରେଶ ବାରିକ, ଫାଲ୍ଗୁନୀ ସାହୁ ଓ ଜଗନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × five =