ମେକ ଇନ ଓଡ଼ିଶା  କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପ୍ରି -ଇଭେଣ୍ଟ ଆୟୋଜନ  !

ଢେଙ୍କାନାଳ : ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କର ଉତ୍ପାଦିତ ଦ୍ରବ୍ୟ ଗୁଡିକର ବ୍ୟାପକ ବଜାର କରଣ ପାଇଁ  ମେକ ଇନ ଓଡ଼ିଶା  କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପ୍ରି -ଇଭେଣ୍ଟ ପୁରାତନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଆୟୋଜନ କରଯାଇଥିଲା।

ଏଥିରେ ଜିଲ୍ଲା ର ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା,  ଏଣ୍ଟରପ୍ରିନର , ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ,ଉପଜିଲ୍ଲାପାଳ, ଜିଲ୍ଲା ର ଅନ୍ୟାନ୍ୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ସଭାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ଵ କରିଥିଲେ। ପ୍ରଦୀପ ପ୍ରଜ୍ଵଳନ ପରେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ତନ୍ମୟ କୁମାର ଦରୱାନ ସ୍ଵାଗତ ସମ୍ବାଧନା ଦେଇଥିଲେ।

ଭିଡିଓ କନଫରେନ୍ସ ଜରିଆରେ  ସୁଜାତା କାର୍ତିକେୟନ , କମିଶନର ତଥା ସଚିବ, ମିଶନ ଶକ୍ତି ଏକ ବିଶେଷ ଅଭିଭାଷଣ ଜ୍ଞାପନ କରିଥିଲେ ଯାହା ଉଦ୍ୟୋଗୀ ମହିଳା ମାନଙ୍କ ପାଇଁ ପ୍ରେରଣା ର ଉତ୍ସାହ ହୋଇଥିଲା।  ଆଗଧାଡି ର ମହିଳା  ଉଦ୍ୟୋଗୀ  ସୋନାଲ ମୋରେ ( ଏମଡି, ଓସିଏଲ) ଏବଂ  ରାକ୍ଷୀ ମହାନ୍ତି ( କୋ – ପାର୍ଟନର, ଅନ୍ନପୂର୍ଣା ଆଗ୍ରୋ ଫୁଡ୍ସ) ନିଜର ଅଭିଜ୍ଞାତର ଅଭିଭାଷଣ ଦେଇଥିଲେ ଯାହା ଜିଲ୍ଲା ର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନ ଙ୍କୁ  ପ୍ରେରଣା ଦେଇଥିଲା।  ସୁଧାଂଶୁ ଶେଖର (ଓଏସ, ଓଏସଡି), ମିଶନ ଶକ୍ତି ଅଭିଭାଷଣ ରେ ମହିଳା ମାନଙ୍କ ହାତ ତିଆରି ଦ୍ରବ୍ଯ ଗୁଡିକର ବ୍ୟାପକ ବଜାରକରଣ ରେ  ସୁଯୋଗ ସୃଷ୍ଠୀ କରିବା ସମ୍ବଧରେ କହିଥିଲେ।

ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ନିଜେ କରୁଥିବା ବ୍ୟବସାୟ ବିଷୟରେ କହିଥିଲେ। ଜିଲ୍ଲାପାଳ ଙ୍କର ବିଶେଷ ଅଭିଭାଷଣ ମହିଳା ମାନଙ୍କର ମନୋବଳ କୁ ସୁଦୃଢ କରି ପାରିଥିଲା। ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ପ୍ରସ୍ତୁତ ଫିନାଇଲ ଓ ଆଚାର, ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟ କ୍ରୟ କରିବା ପାଇଁ ଜିଲ୍ଲାପାଳ ସଭାରେ ନିସ୍ପତି ନେଇଥିଲେ।

ତତ ସହିତ ଅନ୍ୟ ଦ୍ରବ୍ଯ ଗୁଡିକର  ପ୍ୟାକେଜିଂ, ବ୍ରାଣ୍ଡିଂଙ୍ଗ ଏବଂ ମାର୍କେଟିଂ ପ୍ରତି ଧ୍ୟାନ ଦେବା ଦିଗରେ ଗୁରୁତ୍ବ ଆରୋପ କରିଥିଲେ। ଜିଲ୍ଲାପ୍ରଶାସନ, ମହିଳା ଉଦ୍ୟୋଗୀ, ଚାମ୍ବର ଅଫ କମର୍ସ ଏବଂ ଫିକି ଫ୍ଲୋ ର  ସଦସ୍ୟ ମାନଙ୍କୁ ନେଇ ଜିଲ୍ଲାର କମିଟି ଗଠନ ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।  ଜିଲ୍ଲା ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ନିଜର ଅଭିଭାଷଣ ଦେଇ ସଭାର ସୌଦାର୍ଯ କୁ  ବହୁଗୁଣିତ କରିଥିଲେ।

ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ  ଉଦୟ କୁମାର ମହାପାତ୍ର ମହୋଦୟ ନିଜର ଉଜ୍ଜାପୂଣ୍ୟ ଶବ୍ଦରେ ମହିଳା ସଶକ୍ତିକରଣର ମୂଲ୍ଯବୋଧ କୁ ଉପସ୍ଥାପନ କରିବା ସହ ମେକ ଇନ ଓଡ଼ିଶା  ର ଏହି ସଭା କୁ ସଫଳ କରିବା ରେ ମିଶନ ଶକ୍ତିର ଡିପିସି  ମୋନାଲିସା ଭଞ୍ଜ ଏବଂ ଅନ୍ୟାନ୍ୟ କର୍ମକର୍ତା ଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାସଙ୍ଗ ଅଭିଭାଷଣ ପ୍ରଦାନ କରିଥିଲେ। 

Leave A Reply

Your email address will not be published.

16 + fourteen =