ଜିଲ୍ଲା କାରାଗାର ପରିସରରେ  ଜାତୀୟ ଆଇନ ଦିବସ ପାଳିତ !

ଢେଙ୍କାନାଳ : ଜିଲ୍ଲା ଆଇନସେବା ପ୍ରାଧିକରଣ  ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶରେ  ଜିଲ୍ଲା କାରାଗାର ପରିସରରେ  ଜାତୀୟ ଆଇନ ଦିବସ ପାଳିତ ହୋଇଯାଇଛି।

ଭାରପ୍ରାପ୍ତ ଜିଲ୍ଲାଜଜ୍ ‌ ତଥା ଅତିରିକ୍ତ ଜିଲ୍ଲାଜଜ୍ ‌ ସ୍ୱତନ୍ତ୍ର କୋର୍ଟ (  ଭିଜିଲାନ୍ସ)  ସବିତା  ଦାସ, ବରିଷ୍ଠ ଦେୱାନୀ  ବିଚାରପତି ଶତରୂପା  ଶତପଥୀ ଯୋଗଦେଇ ଆଇନସେବା ପ୍ରାଧୀକରଣର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସମାଜରେ ଅବହେଳିତ ଏବଂ ଗରିବ ଲୋକଙ୍କୁ ଆଇନଗତ ସୁବିଧା ଯୋଗାଇଦେବାକୁ ଉଭୟେ ଗୁରୁତ୍ୱାରୋପ କରିଥିଲେ। ବରିଷ୍ଠ ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ ଅନ୍ତେବାସୀଙ୍କ ପାଇଁଥିବା ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ।

ମହିଳାମାନେ  କିଭଳି ଆଇନ ମାଧ୍ୟମରେ ସଶକ୍ତ ହୋଇପାରିବେ ସେ ସମ୍ପର୍କରେ ସାମାଜିକ କର୍ମୀ ଶାନ୍ତି ମିଶ୍ର ଆଲୋଚନା କରିଥିଲେ। ଅନ୍ତେବାସୀଙ୍କ  ଅଧିକାର କ୍ଷୁଣ୍ଣ ହେଲେ ସେମାନେ ପ୍ରାଧୀକରଣର  ଦ୍ୱାରସ୍ଥ ହୋଇପାରିବେ ବୋଲି ପ୍ରାଧିକରଣ  ସଚିବ ମମତା ସାହୁ ସଚେତନ କରାଇଥିଲେ  ।

Leave A Reply

Your email address will not be published.

three × two =