ୱାକୋ ଇଣ୍ଡିଆ ଓପନ ଇଣ୍ଟରନାଶନାଲ କିକ୍‌ବକ୍ସିଂ : ଢେଙ୍କାନାଳର ଚାରି ପ୍ରତିଯୋଗୀ ସଫଳ !

ଢ଼େଙ୍କାନାଳ : ଦିଲ୍ଲୀର  ତାଲକୋଟରା ଇନଡୋର  ଷ୍ଟାଡିୟମ ରେ ଅନୁଷ୍ଠିତ ଦ୍ୱିତୀୟ ୱାକୋ ଇଣ୍ଡିଆ ଓପନ ଇଣ୍ଟରନାଶନାଲ କିକ୍‌ବକ୍ସିଂ ପ୍ରତଯୋଗି ତା  -୨୦୨୨ରେ  ଢେଙ୍କାନାଳର ଚାରି ପ୍ରତିଯୋଗୀ ସଫଳ । 

ଢେଙ୍କାନାଳ ଡାଇମଣ୍ଡ କିକ୍‌ ବକ୍ସିଂ ଆସୋସିଏଶନ  କୀର୍ତ୍ତିରାଣୀ  ସାହୁ ୭୦କେଜି ପଏଣ୍ଟ ଫାଇଟ,  ୭୦ କେଜି କିକ୍‌ଲାଇଟ୍‌ ଓ ହାଡଷ୍ଟେୟର  ଓ୍ୱିପର୍ନସ ୩ ସ୍ୱର୍ଣ୍ଣପଦକ  ହାସଲ କରିଛନ୍ତି । ସେହିପରି  ମିହିର ସାହୁଏବଂ ମାନସ ରଞ୍ଜନ ଅମାନ୍ତ ସ୍ୱର୍ଣ୍ଣପଦକ ପଦକ ଜିତିଥିବାବେଳେ ଶୁଚିସ୍ମିତା ଅମାନ୍ତ ଗୋଟିଏ ବ୍ରୋଞ୍ଜ୍ ‌ପଦକ ହାସଲ କରିଛନ୍ତି ।

ଜିଲ୍ଲାପାଳ ସରୋଜ କୁମାର ସେଠୀ  ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ  ପ୍ରଦୀପ୍ତ କୁମାର ମହାନ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହିପ୍ରତିଯୋଗିତାରେ ଆର୍ମେଚର କିକ୍‌ ବକ୍ସିଂ ଆସୋସିଏଶନ ଅଫ୍‌ ଓଡ଼ିଶାର ୨୩ ଖେଳାଳି ଭାଗ ନେଇଥିଲେ।

  ଏଥିରେ ଢେଙ୍କାନାଳ ଡାଇମଣ୍ଡ କିକ୍‌ ବକ୍ସିଂ ଆସୋସଏଶନର  ସମ୍ପୃକ୍ତ ଚାରି ଖେଳାଳି ସାମିଲ ଥିଲେ। ପ୍ରତିଯୋଗିତରେ  ଭାରତ, ଜୋଡାର୍ନ ,  ଉଜବେକିସ୍ତାନ , ଦକ୍ଷିଣ କୋରିଆର ୭୦୦ ଖେଳାଳି ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

eighteen − 8 =