ଢେଙ୍କାନାଳ : ସହରରେ ଠାରେ ନବୋଦୟ ଆଲୁମିନ ସଂଘ, ଓଡ଼ିଶା ଓ ଜବାହର ନବୋଦୟ ବିଦ୍ୟାଳୟ ଆଲୁମିନ ସଂଘ, ଢେଙ୍କାନାଳ ଜିଲ୍ଲା ମିଳିତ ଆନୁକୁଲ୍ୟରେ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ୍ ଉପରେ ଏକ ସଚେତନତା ୱାକାଥନ୍ ତଥା ଶୋଭାଯାତ୍ରା ଏବଂ ସ୍ୱଚ୍ଛ ସମୃଦ୍ଧ ସବୁଜ ଓଡ଼ିଶା ସମ୍ପର୍କିତ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ସମେତ ଓଡ଼ିଶାର ଅନ୍ୟ ୧୦ ଗୋଟି ଜିଲ୍ଲାର ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଘ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବ ଲେଖା ସଂପର୍କିତ ପ୍ଲା କାର୍ଡ ମାନ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜନ ସଚେତନତା କରିଥିଲେ ।
ପରେ ସ୍ଥାନୀୟ ଢେଙ୍କାନାଳ ଲେଖକ ସଂସଦ ଭବନ ଠାରେ ଢେଙ୍କାନାଳ ନବୋଦୟ ପୁରାତନ ଛାତ୍ର ସଂଘ ଏବଂ ଓଡିଶା ନବୋଦୟ ପୁରାତନ ଛାତ୍ର ସଂଘ ପକ୍ଷରୁ ସ୍ୱଚ୍ଛ ସବୁଜ ସମୃଦ୍ଧ ଓଡ଼ିଶା ଉପରେ ଏକ ପ୍ରାକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ରାଜ୍ୟ ସଭାପତି ଇଞ୍ଜିନିୟ ର ଶ୍ରୀ ସଞ୍ଜୟ କୁମାର ନାୟକ ସଭାପତିତ୍ୱ କରିଥିଲେ ଏବଂ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନଜୀବି ଦୀପକ ପ୍ରସାଦ ପଟ୍ଟନାୟକ ଯୋଗଦେଇ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ସମାଜ ତଥା ପରିବେଶ ଉପରେ କିଭଳି କୁ ପ୍ରଭାବ ପଡିଥାଏ ଏବଂ ବିଭିନ୍ନ ଉନ୍ନତି ମୂଳକ କ୍ଷେତ୍ରରେ କିପରି ନବୋଦୟ ଆଲୁମିନ ସଂଘର କର୍ମକର୍ତ ଆେ ଇଯାଇ ପରିବେଶ ସୁରକ୍ଷାର ଦିଗରେ ସଚେତନତା ସୃଷ୍ଟିକରି ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବେ ବୋଲି କହିଥିଲେ ।
ଏଥିସହିତ ପ୍ଲାଷ୍ଟିକ ବର୍ଜନ ଉପରେ ଥିବା ସଚେତନତା ପଦଯାତ୍ରାର ପଦକ୍ଷେପ କୁ ପ୍ରଶଂସା କରିବସହିତ ଜିଲ୍ଲା ତଥା ରାଜ୍ୟବାସୀ କିପରି ୟେ ସୁନ୍ଦର ବାର୍ତ୍ତାକୁ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଚାସିନ ଥିଲେ ନାଓ ର ଯୁଗ୍ମ ସମ୍ପାଦକ ଅନିଲ ମିଶ୍ର, ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ଯଶୋବନ୍ତ ସାହୁ ଏବଂ ଆୟୋଜକ ତଥା ପରିଚାଳକ ଦୀପ୍ତି ରଞ୍ଜନ ସାମନ୍ତ ।
ଏଥି ସହିତ ନାଓ ର ପୂର୍ବତନ ସଭାପତି ନୀଳାଚଳ ମହାପାତ୍ର, ରବି ସାହୁ, ତପନ ପଟ୍ଟନାୟକ,କାର୍ତିକ ସାହୁ, ଶିବ ପ୍ରସାଦ ଯାଦବ, ମନୋଜ, ଜ୍ଞାନ ମଲିକ, ଭାଗ୍ୟଲକ୍ଷ୍ମୀ ଦାସ, ରଶ୍ମିରଞ୍ଜନ ରାଉତ, ସରୋଜ ସାହୁ, ସମ୍ପଦ ସାହୁ ଏବଂ ଅନେକ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଆର୍ଟିସ୍ଟ ବିଜୟାନନ୍ଦଙ୍କ ଏବଂ ସୁଦାମଙ୍କ ଦ୍ୱାରା ଏକ ଆର୍ଟ ଗ୍ୟାଲେରୀ ର ଆୟୋଜନ ହୋଇଥିଲା । ପରିଶେଷରେ ଛାୟା ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।