ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳିତ !

ଢେଙ୍କାନାଳ :ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି ।

ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ପ୍ରଦେଶ ଗଠନର ଇତିହାସ ସମ୍ପର୍କରେ ଆଲୋକପାତ କରିବା ସହ ଆମ ଭାଷାର ଉନ୍ନତି ହେଲେ ଆମେ ଉନ୍ନତି କରିପାରିବା ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସ୍ୱତନ୍ତ୍ର ଓଡିଶା ଗଠନ ହେବାର ୮୬ ବର୍ଷ ପୂର୍ବେ ସେତେବେଳର ମହାମନିଷୀମାନେ ଏହି ରାଜ୍ୟକୁ ଭାଷାଭିତିକ ରାଜ୍ୟରେ ପରିଣତ କରିବା ପାଇଁ କେତେ ଯେ ପରିଶ୍ରମ କରିଥିବେ ତାହା ଆଜି ଚିନ୍ତା କରିବାର ସମୟ ଆସିଛି । ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆମେ ଓଡିଆ ଭାବେ ଗର୍ବିତ ମନେ କରିବା ସହ ଓଡିଆ ଭାଷା ପାଇଁ ଗର୍ବ ଅନୁଭବ କରୁଛେ ।

ଏହି ପବିତ୍ର ଦିବସରେ ଓଡିଆ ଭାଷାକୁ ବହୁଳ ପ୍ରସାରିତ କରିବା ପାଇଁ କହିଥିଲେ । ମୁୁଖ୍ୟ ବକ୍ତାଭାବେ ଅବସର ପ୍ରା୍‌ପ୍ତ ପ୍ରଫେସର ଭବାନୀ ଶଙ୍କର ମିଶ୍ର ଓଡିଶାକୁ ଭାଷାଭିତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଜଗନ୍ନ୍‌ାଥ ସଂସ୍କୃତି ଆଜି ଓଡିଶାକୁ ସାରା ବିଶ୍ୱରେ ପରିଚିତ କରିପାରିଥିବା ବେଳେ ଓଡିଶାର ଯୁବକମାନେ କର୍ମଠ ହୋଇ ଆତ୍ମନିର୍ଭର ହେଲେ ଓଡିଶା ଆଗେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶାର ଲୋକମାନେ ବାହାର ରାଜ୍ୟରେ ଓଡିଆ ଲୋକଙ୍କ ସହିତ ଓଡିଆରେ କଥା ନହେବାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ନିଜକୁ ସେ ଢେଙ୍କାନାଳିଆ ଓ ଓଡିଆ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।

ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସେଠୀ ଓଡିଶା ଏକ ପଦ୍ମ ହୋଇଥିବା ବେଳେ ସମସ୍ତ ଜିଲ୍ଲା ଗୋଟିଏ ପାଖୁଡା ହୋଇଥିବା ବେଳେ ଢେଙ୍କାନାଳ ଏହାର କେଶର ବୋଲି କହିଥିଲେ ।ସମସ୍ତେ ମିଳିମିଶି ଭାଷାର ଉନ୍ନତି କରିବା ସହ ଜିଲ୍ଲାର ଉନ୍ନତି କରିବା ପାଇଁ ଆହ୍ୱାନ ଦେଇଥିଲେ । ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ଉପସ୍ଥିତ ଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନ ୮ ଘଟିକା ସମୟରେ ନଗରପାଳ ଜୟନ୍ତୀ ପାତ୍ର ଜାତିର ଜନକ ମହାତ୍ମା ଗାନ୍ଧୀ, ସିଭିଲ କୋର୍ଟ ଛକ ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଦାସ, ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସ, ଡକ୍ଟର ବି.ଆର.ଆମ୍ବେଦକର,ବାଜିଚୌକ ସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ଏବଂ ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିବା ସହ ଟାଉନ୍ ହଲ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଏବଂ ଓଡିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ  ରାଜ୍ୟ ଲୋକକଳା ସଂଘ ତଥା ଜିଲ୍ଲା ଲୋକକଳା ସଂଘ ଉପସଭାପତି ଅବନୀ ମିଶ୍ର ସଂଯୋଜନା କରିଥିବା ବେଳେ ଉତ୍କଳ ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର ପ୍ରତିଯୋଗୀମାନଙ୍କୁ ମୂଖ୍ୟ  ଅତିଥି ଶ୍ରୀମତୀ ପୁହାଣ ପୁରସ୍କୃତ କରିଥିଲେ ।  ପ୍ରତ୍ୟୁଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଧ୍ୱନି ସହର  ପରିକ୍ରମା କରାଯାଇଥବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଚିତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
Leave A Reply

Your email address will not be published.

1 × five =