୮୭ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ :ଜନସାଧାରଣଙ୍କ ଆସ୍ଥାଭାଜନ ଜାରି ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆହ୍ୱାନା !

ଢେଙ୍କାନାଳ :ଢେଙ୍କାନାଳରେ ଓଡିଶା ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ ଅବସରରେ ଜନସାଧାରଣଙ୍କ ଆସ୍ଥାଭାଜନ ଜାରି ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆହ୍ୱାନା ।

୮୭ତମ ଓଡିଶା ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ପୋଲିସ୍ ପକ୍ଷରୁ ବେଶ ଧୁମଧାମରେ ପାଳିତ ହୋଇଯାଇଚି । ଏହି ଉପଲକ୍ଷେ ସ୍ଥାନୀୟ ପୁଲିସ ରିଜର୍ଭ ପଡିଆରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଲ୍‌.ଦିିବ୍ୟା ଭି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମହାମାରୀ କରୋନା ଯୋଦ୍ଧା ଭାବେ ପ୍ରାଣତ୍ୟାଗ କରିଥିବା ପୋଲିସ୍ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହାମାରୀ କରୋନା ସମୟରେ ପୋଲିସ କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ପୁଣି ପୋଲିସ୍ ଜନ ସାଧାରଣ ଙ୍କ ଆସ୍ଥା ଭାଜନ ହୋଇାରିଥିବାରୁ ଏହାକୁ ବଜାୟ ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଜିଲ୍ଲା ପୋଲିସର ଉଲ୍ଲେଖ୍‌ନୀୟ କାର୍ଯ୍ୟ କରିଥିବା ପୋଲିସ୍ ପଦାଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ସମସ୍ତ ପୋଲିସ୍ ପଦାଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 3 =