ଉଫୁନା ପକ୍ଷରୁ ଉତ୍କଳ ଦିବସ ପାଳିତ !

ଢେଙ୍କାନାଳ :ସ୍ଥାନୀୟ ରଥଗଡା ସ୍ଥିତ ଉଫୁନା କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।

ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ନ୍ୟାୟମୁର୍ତି ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ କବି ବାହାଦୂର ପାଟସାହାଣୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଓଡ଼ିଆ ଭାଷାର ବହୁଳ ପ୍ରସାର କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏଥିରେ କବି ଲୋକନାଥ ମହାପାତ୍ର, ବିଦ୍ୟାଧର ବାରିକ, ଅଞ୍ଜନ ସାହୁ, ସୁମତି ସାହୁ, ମମତା ମିଶ୍ର, ଧିରେନ ମିଶ୍ର, ସରିତା ପାଟସାହାଣୀ ଓ ନନ୍ଦିକେଶ୍ୱରୀ ନାଥ ପ୍ରମୁଖ ସ୍ୱରଚିତ ଦେଶାତ୍ମକ ବୋଧକ କବିତା ଆବୃତି କରିଥିଲେ । ସମ୍ପାଦକ ବିଚିତ୍ର ନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

sixteen − ten =